ଓଡିଶା

odisha

ETV Bharat / state

କଳାହାଣ୍ଡିରେ 1500 ପାର୍‌ କୋରୋନା ମାମଲା - corona in kalahandi

ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପର ଠାରୁ ସଂକ୍ରମଣ ମାମଲା ବଢିବାରେ ଲାଗିଛି । କଳାହାଣ୍ଡିରେ ପ୍ରତ୍ୟେକ ଦିନ 50 ରୁ ଅଧିକ ମାମଲା ରିପୋର୍ଟ ହେବାର ଲାଗିଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ 1500 ପାର୍‌ କୋରୋନା ମାମଲା
କଳାହାଣ୍ଡିରେ 1500 ପାର୍‌ କୋରୋନା ମାମଲା

By

Published : Sep 4, 2020, 11:08 AM IST

ଭବାନୀପାଟଣା: କଳାହାଣ୍ଡିରେ ବେକାବୁ ହେଉଛି କୋରୋନା । ପ୍ରଶାସନର ନିଦ ହଜାଇଛି ସ୍ଥାନୀୟ ସଂକ୍ରମଣ ମାମଲା । ଗୁରୁବାର ଜିଲ୍ଲାରୁ ପୁଣି 49 କୋରୋନା ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1583କୁ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୧୧୩ ଜଣ ସୁସ୍ଥ ହୋଇଛନ୍ତି ଓ ୪୭୦ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details