ଓଡିଶା

odisha

By

Published : Mar 29, 2021, 6:53 PM IST

ETV Bharat / state

ପ୍ରଗତି କଲେଜରେ 13ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ

କଳାହାଣ୍ଡି ଜିଲ୍ଲାରେ କୋରୋନାର ଦ୍ବିତୀୟ ଲହର ଆରମ୍ଭ । ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି । ଅଧିକ ପଢନ୍ତୁ....

କଳାହାଣ୍ଡିରେ କୋରୋନାର ଦ୍ବିତୀୟ ଲହର, 3 ଦିନରେ 60 ଆକ୍ରାନ୍ତ ଚିହ୍ନଟ
କଳାହାଣ୍ଡିରେ କୋରୋନାର ଦ୍ବିତୀୟ ଲହର, 3 ଦିନରେ 60 ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଳଟିଛି। ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ଏବେ ଶିକ୍ଷାନୁଷ୍ଠାନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇଛି ।

କଳାହାଣ୍ଡିରେ କୋରୋନାର ଦ୍ବିତୀୟ ଲହର, 3 ଦିନରେ 60 ଆକ୍ରାନ୍ତ ଚିହ୍ନଟ

ସେହିପରି ଭବାନୀପାଟଣାଠାରେ ଥିବା ପ୍ରଗତି ଘରୋଇ କଲେଜରେ ଆଜି ୧୩ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କଲେଜ ହଷ୍ଟେଲରେ ୧୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଆଶଙ୍କା ସୃଷ୍ଟି କରିଛି । କଲେଜ ପରିସରରେ ମେଡିକାଲ ଟିମ ପହଞ୍ଚି ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ଆରମ୍ଭ ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details