ଓଡିଶା

odisha

By

Published : Nov 29, 2021, 10:17 PM IST

ETV Bharat / state

ଦରବୃଦ୍ଧି ଓ ମମିତା ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡିରେ ଗର୍ଜିଲା କଂଗ୍ରେସ

ବିଭିନ୍ନ ଦାବି ନେଇ ଆଜି କଳାହାଣ୍ଡି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି କ୍ରମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଦରବୃଦ୍ଧି ଓ ମମିତା ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡିରେ ଗର୍ଜିଲା କଂଗ୍ରେସ
ଦରବୃଦ୍ଧି ଓ ମମିତା ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡିରେ ଗର୍ଜିଲା କଂଗ୍ରେସ

ଭବାନୀପାଟଣା:ବିଭିନ୍ନ ଦାବି ନେଇ ଆଜି କଳାହାଣ୍ଡି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି କ୍ରମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମମିତା ମେହେର ହତ୍ୟାକାଣ୍ଡରେ ଗୃହରାଷ୍ଚ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ହେଉଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।

ଦରବୃଦ୍ଧି ଓ ମମିତା ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡିରେ ଗର୍ଜିଲା କଂଗ୍ରେସ

ଏହାସହ ସାରାଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ପାଇଛି । ଯାହାର ପ୍ରଭାବ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ିଛି । ଏଭଳି ସମସ୍ୟାର ଜବାବ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ଦେବେ ବୋଲି କହିଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସ କମିଟି ପକ୍ଷରୁ କୋକସରାରେ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବ୍ଲକ ସଭାପତି ରାଜେନ୍ଦ୍ର ନାଏକଙ୍କ ନେତୃତ୍ବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧ ରେ ନାରାବାଜି କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ କଂଗ୍ରେସ କର୍ମୀ । ଏହାସହ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।



କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details