ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢିବାର ଲାଗିଛି ବିଜୁଳି ସମସ୍ୟା । ଫଳର ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରି ବିଗତ ଦିନରେ ବିଜେପି ଓ ଉପଭୋକ୍ତା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳସ୍ବରୁପ କିଛି ଦିନ ପାଇଁ ବିଦ୍ୟୁତ କଟ ବନ୍ଦ ରହିଥିଲା। ପୁଣି ଥରେ ସେହି ସମସ୍ୟାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଲାନି । ଆଜି ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଅଘୋଷିତ ବିଜୁଳି କାଟ ସମସ୍ୟା ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା କଂଗ୍ରେସ - kalahandi district news
କଳାହାଣ୍ଡି ଜିଲ୍ଲାରେ ଲାଗିରହିଥିବା ବିଜୁଳି କାଟ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ସମାଧାନ ନ ହେଲେ ଆଗମୀ ଦିନରେ କାର୍ଯ୍ୟାଳୟ ବନ୍ଦ ଚେତାବନୀ ଦେଲା ଦଳ। ଅଧିକ ପଢନ୍ତୁ...
ଅଘୋଷିତ ବିଜୁଳି କାଟ ସମସ୍ୟା ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ବିକ୍ଷୋଭ କରିବା ସହ କଂଗ୍ରେସ କହିଛି, ଯଥା ଶୀଘ୍ର ବିଦ୍ୟୁତ ସେବାରେ ସୁଧାର ନ ଆସିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଜିଲ୍ଲାର ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟକୁ ବନ୍ଦ କରିବା ନେଇ ମଧ୍ୟ ଦଳ ଚେତାବନୀ ଦେଇଛି। ଏନେଇ ଦଳ ପକ୍ଷରୁ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି । ସେପଟେ ଜିଲ୍ଲାରେ ଲାଗି ରହିଥିବା ବିଦ୍ୟୁତ ସମସ୍ୟାର ଯଥା ଶୀଘ୍ର ସମାଧାନ ହେବ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ