ଓଡିଶା

odisha

By

Published : Dec 10, 2022, 11:14 AM IST

ETV Bharat / state

ବେଆଇନ ନିଶା କାରବାରକୁ ନେଇ ଶାସକ ଦଳକୁ ଘେରିଲା କଂଗ୍ରେସ

ଭଦ୍ରକ ଜିଲ୍ଲାରେ ଶାସକ ଦଳର ନେତାଙ୍କ ଛତ୍ରଛାୟା ତଳେ ଦିନକୁ ଦିନ ନିଶା କାରବାର ବଢୁଥିବା ନେଇ ଅଭିଯୋଗ । ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶାସକ ଦଳକୁ ଘେରିଲା କଂଗ୍ରେସ । ଅଧିକ ପଢନ୍ତୁ

ବେଆଇନ ନିଶା କାରବାରକୁ ନେଇ ଶାସକ ଦଳକୁ ଘେରିଲା କଂଗ୍ରେସ
ବେଆଇନ ନିଶା କାରବାରକୁ ନେଇ ଶାସକ ଦଳକୁ ଘେରିଲା କଂଗ୍ରେସ

ଭଦ୍ରକ:ବେଆଇନ ନିଶା କାରବାରକୁ ନେଇ ଶାସକ ଦଳକୁ ଘାରିଲା କଂଗ୍ରେସ । ଭଦ୍ରକ ଜିଲ୍ଲାରେ ଶାସକ ଦଳର ନେତାଙ୍କ ଛତ୍ରଛାୟା ତଳେ ଦିନକୁ ଦିନ ନିଶା କାରବାର ବଢୁଥିବା ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶାସକ ଦଳକୁ ଘେରିଲା କଂଗ୍ରେସ ।

କଂଗ୍ରେସ ଅଭିଯୋଗ କରି କହିଛି ଯେ,"ଏହି ବେଆଇନ ନିଶା କାରବାର ଯୋଗୁଁ ଯୁବ ପିଢି ପଥ ଭ୍ରଷ୍ଟ ହେବା ସହ ବିଭିନ୍ନ ସମୟରେ ଅନେକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଅନ୍ୟ ପକ୍ଷରେ ଏହି ବେଆଇନ ନିଶା କାରବାର କରି ମାଫିଆମାନେ ମାଲେମାଲ ହେଉଛନ୍ତି । ହେଲେ ଏନେଇ ପୋଲିସ, ପ୍ରଶାସନ ଏବଂ ଅବକାରୀ ବିଭାଗ କାହିଁକି ଚୁପ ରହିଛନ୍ତି ? ଆମକୁ ଏହାର ଉତ୍ତର ଦିଅନ୍ତୁ । "

ବେଆଇନ ନିଶା କାରବାରକୁ ନେଇ ଶାସକ ଦଳକୁ ଘେରିଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ: ସହଜ ହେବ ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ ପରିବର୍ତ୍ତନ: ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ CSଙ୍କ ନିର୍ଦ୍ଦେଶ

ଅତୀତରେ କଂଗ୍ରେସ ପକ୍ଷରୁ ଏନେଇ ବାରମ୍ବାର ପ୍ରତିବାଦ କରାଯାଇଛି । ହେଲେ କୌଣସି ସୁଫଳ ମିଳୁନାହିଁ । ତେଣୁ ଆଗାମୀ ପନ୍ଦର ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ନିଶା କାରବାରକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ଅଲ୍ଟିମେଟମ ଦିଆଯାଇଛି । ନହେଲେ ଶେଷରେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚରମ ଚେତାବନୀ ଦେଇଛି । ଭଦ୍ରକ ନିଶାମୁକ୍ତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ଏବଂ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details