ଓଡିଶା

odisha

ETV Bharat / state

ଡାକ୍ତରଙ୍କ ଗଞ୍ଜାମ ସ୍ଥାନାନ୍ତରକୁ କଂଗ୍ରେସର ବିରୋଧ - KBK district Docter

କେବିକେ ଅଞ୍ଚଳର ୬ଟି ଜିଲ୍ଲାରେ ୧୬୯୪ ଡାକ୍ତରୀ ପଦବୀ ରହିଥିବା ବେଳେ ୮୨୮ ପଦବୀ ଖାଲି ପଡ଼ିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଏପରି ସ୍ଥିତିରେ ୧୦୦ରୁ ଊର୍ଦ୍ଧ୍ବ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଗଞ୍ଜାମ ସ୍ଥାନାନ୍ତର କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି ।

Congress oppose govt. decision 100 KBK district Docter sent to Ganjam
କେବିକେ ଅଞ୍ଚଳର ଡାକ୍ତରଙ୍କୁ ଗଞ୍ଜାମ ସ୍ଥାନାନ୍ତରକୁ କଂଗ୍ରେସର ବିରୋଧ

By

Published : Jul 28, 2020, 10:01 PM IST

କଳାହାଣ୍ଡି: କୋରୋନା ମୁକାବିଲା ପାଇଁ କେବିକେ ଜିଲ୍ଲାରୁ ୧୦୦ ଡାକ୍ତର ସ୍ଥାନାନ୍ତର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ । ରାଜ୍ୟର କୋରୋନା ହଟସ୍ପଟ୍ ଲିଷ୍ଟରେ ଗଞ୍ଜାମ ଜିଲ୍ଲା ରହିଛି। ଫଳରେ ଅଧିକ ଡାକ୍ତରଙ୍କୁ ଗଞ୍ଜାମ ପଠାଇଛନ୍ତି ସରକାର ।

କେବିକେ ଅଞ୍ଚଳର ଡାକ୍ତରଙ୍କୁ ଗଞ୍ଜାମ ସ୍ଥାନାନ୍ତରକୁ କଂଗ୍ରେସର ବିରୋଧ

ତେବେ ଏହାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବିକେ ଅଞ୍ଚଳର ଡାକ୍ତର ସ୍ଥାନାନ୍ତର ପ୍ରସଙ୍ଗକୁ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରିବା ସହ କେବିକେ ଅଞ୍ଚଳର ୬ଟି ଜିଲ୍ଲାରେ ୧୬୯୪ ଡାକ୍ତରୀ ପଦବୀ ରହିଥିବା ବେଳେ ୮୨୮ ପଦବୀ ଖାଲି ପଡ଼ିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ଫଳରେ ୮୬୬ ଡାକ୍ତରଙ୍କ ହାତରେ ୬ ଟି ଜିଲ୍ଲାର ପ୍ରାୟ ୧ କୋଟି ଲୋକଙ୍କ ସ୍ବାସ୍ଥ୍ୟ ସେବାର ଉତ୍ତର ଦାୟିତ୍ବ ରହିଛି । ଏପରି ସ୍ଥିତିରେ ୧୦୦ରୁ ଊର୍ଦ୍ଧ୍ବ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଗଞ୍ଜାମ ସ୍ଥାନାନ୍ତର କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆସନ୍ତା ୩୧ ତାରିଖ ମଧ୍ୟରେ ଏହି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଫେରାଇ ନଆଣିଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏଥିସହିତ କେବିକେ ଜିଲ୍ଲାର ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଲେ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details