ଓଡିଶା

odisha

ETV Bharat / state

କଳାହାଣ୍ଡିରେ କଂଗ୍ରେସ କର୍ମୀ ସମ୍ମିଳନୀ: ଅର୍ଚ୍ଚନା ନାଗ ମାମଲାରେ ଭକ୍ତ ଦାସଙ୍କ ପ୍ରତିକ୍ରିୟା

କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ । ଏହି ଅବସରରେ ପ୍ରତିକ୍ରିୟା ରଖି ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ନେତା ତଥା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ କଂଗ୍ରେସ କର୍ମୀ ସମ୍ମିଳନୀ, ଅର୍ଚ୍ଚନା ନାଗ ମାମଲାରେ ପ୍ରତିକ୍ରିୟା ରଖିଲେ ଭକ୍ତ ଦାସ
କଳାହାଣ୍ଡିରେ କଂଗ୍ରେସ କର୍ମୀ ସମ୍ମିଳନୀ, ଅର୍ଚ୍ଚନା ନାଗ ମାମଲାରେ ପ୍ରତିକ୍ରିୟା ରଖିଲେ ଭକ୍ତ ଦାସ

By

Published : Oct 23, 2022, 7:04 PM IST

ଭବାନୀପାଟଣା: ଅର୍ଚ୍ଚନା କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ ଲଗାତାର ଏହି ମାମଲାରେ ପୋଲିସର ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ କରି ଆସୁଛନ୍ତି । ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କୁ ତଦନ୍ତଭୁକ୍ତ କରିବାକୁ ଦାବି କରି ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ତେବେ ଆଜି କଳାହାଣ୍ଡିରେ ଅନୁଷ୍ଠିତ କଂଗ୍ରେସ କର୍ମୀ ସମ୍ମିଳନୀରେ ଏନେଇ ପ୍ରତିକ୍ରିୟା ରଖି ରାଜ୍ୟରେ ଅରାଜକତା ବୃଦ୍ଧି ପାଉଥିବା କଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

କଳାହାଣ୍ଡିରେ କଂଗ୍ରେସ କର୍ମୀ ସମ୍ମିଳନୀ, ଅର୍ଚ୍ଚନା ନାଗ ମାମଲାରେ ପ୍ରତିକ୍ରିୟା ରଖିଲେ ଭକ୍ତ ଦାସ

ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ମଣିପୁର ମିଜୋରାମ ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତର ଚରଣ ଦାସ ଯୋଗ ଦେଇଥିବା ବେଳେ ଜିଲ୍ଲାର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡି ଓ ବିଜେପିର ୨୦୦ରୁ ଊର୍ଦ୍ଧ୍ବ କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ । ଏଥିରେ ତୃଣମୂଳସ୍ତରରେ କିଭଳି ଦଳକୁ ମଜଭୁତ କରାଯିବ ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

ଏହି ଅବସରରେ ଅର୍ଚ୍ଚନା ନାଗ ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଭକ୍ତ ଦାସ । ସେ କହିଛନ୍ତି, "ରାଜ୍ୟର ଅନେକ ନେତା, ମନ୍ତ୍ରୀ ଓ ସରକାରୀ ଅଧିକାରୀ ଏଥିରେ ସାମିଲ ରହିଛନ୍ତି । ସମସ୍ତ ନେତା ଓ ପ୍ରଶାସନିକ ଅଧିକାରୀ ନିଜର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିବା ଆବଶ୍ୟକ । ନଚେତ ଆଗାମୀ ଦିନରେ ରାଜ୍ୟରେ ଅରାଜକତା ସୃଷ୍ଟି ହେବ ।" ତେବେ ଏଭଳି ଗୃଣ୍ୟ ଅପରାଧରେ ସାମିଲ ଥିବା ନେତାଙ୍କୁ ତଦନ୍ତ ପରିସର ଭୁକ୍ତ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ ଚରଣ ଦାସ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details