କଳାହାଣ୍ଡି: ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦାବୀ କରିଛି ଜିଲ୍ଲା କଂଗ୍ରେସ କମିଟି । ଦୁଷ୍କର୍ମକାରୀ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ପୋଲିସ ଅଧିକ ପଚରା ଉଚରା କରିବା ସହ ଅଧିକ ତଦନ୍ତର ଆବଶ୍ୟକତା ରହିଛି । ଏହାସହ କଳାହାଣ୍ଡିରେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏହି ଘଟଣା ଘୋର ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ।
ଜୁନାଗଡ଼ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦାବୀ କଲା କଂଗ୍ରେସ - congress leader bhakta das pressmeet on junagarh rape case
କଳାହାଣ୍ଡିରେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏହି ଘଟଣା ଘୋର ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ । ଏହାସହ ପଦଯାତ୍ରାରେ ନାରୀ ସୁରକ୍ଷା ଓ ଭୟମୁକ୍ତ ସମାଜର ଆହ୍ବାନରେ 5 କିମି ପଦଯାତ୍ରା କାର୍ଯ୍ୟକ୍ରମ କରିବ ।
ଫଟୋ ସୌଜନ୍ୟ:ସମ୍ବାଦଦାତା,କଳାହାଣ୍ଡି
ତେଣୁ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଦାବୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା। ଏହାସହ ଅକ୍ଟୋବର 2ରେ ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ପଦଯାତ୍ରାରେ ନାରୀ ସୁରକ୍ଷା ଓ ଭୟମୁକ୍ତ ସମାଜର ଆହ୍ବାନରେ କଂଗ୍ରେସ ଭବାନୀପାଟଣା ଗାନ୍ଧିଛକ ଠାରୁ ବେହେରାଗୁଡା 5 କିମି ପଦଯାତ୍ରା କାର୍ଯ୍ୟକ୍ରମ କରିବ ।
କଳାହାଣ୍ତିରୁ ଅଜିତ କୁମାର ସିଂହ, ଇଟିଭି ଭାରତ