ଭବାନୀପାଟଣା:ସାମ୍ବାଦିକ ଜଗତର ଜଣେ ଚର୍ଚ୍ଚିତ ନିର୍ଭୀକ ଚେହେରା । ଯିଏକି ସାଧାରଣ ଲୋକଙ୍କ ସମସ୍ୟାର କଥା ହେଉ ଅବା ଆଦିବାସୀଙ୍କ ହକ୍ ର କଥାକୁ ଅତି ନିଖୁଣ ଭାବରେ ଉପସ୍ଥାପନା କରୁଥିବା ବ୍ୟକ୍ତି । ଅନେକ ନିର୍ଭିକ ସାମ୍ବାଦିକ ଗଠନ କ୍ଷେତ୍ରର ଜଣେ ବିନ୍ଧାଣି ଯାହାଙ୍କ ଅକାଳ ବିୟୋଗ ସାମ୍ବାଦିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ । ତେବେ କଳାହାଣ୍ଡି ଜିଲ୍ଲା ର ବରିଷ୍ଠ ତଥା ନିର୍ଭୀକ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ୍ ଙ୍କ ପ୍ରଥମ ପୁଣ୍ୟ ତିଥି ଅବସରରେ ଆଜି ମହମ୍ମଦ ଅସଲମ ସ୍ମୃତି କମିଟି ପକ୍ଷରୁ ଭବାନୀପାଟଣା ଅମଲା ଭବନ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।
ସ୍ମୃତିରେ ଅସଲମ, ପ୍ରଥମ ପୁଣ୍ୟ ତିଥି ଅବସରରେ ସ୍ମୃତି ସଭା ଅନୁଷ୍ଠିତ - ମହମ୍ମଦ ଅସଲମ ସ୍ମୃତି କମିଟି
ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମଙ୍କ ପ୍ରଥମ ପୁଣ୍ୟ ତିଥି ଅବସରରେ ଆଜି ସ୍ମୃତି କମିଟି ପକ୍ଷରୁ ଅମଲା ଭବନ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ, ପୂର୍ବତନ ମନ୍ତ୍ରୀ ରାହସ ବିହାରୀ ବେହେରା, ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ବିଜୟ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ସମେତ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ଟି ବ୍ଲକରୁ ସାମ୍ବାଦିକ ଅସଲମ ପ୍ରେମୀ ଓ ତାଙ୍କ ପରିବାର ବର୍ଗ ସାମିଲ ହୋଇ ସ୍ବର୍ଗତ ମହମ୍ମଦ ଅସଲମ୍ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିକାଶ କ୍ଷେତ୍ରରେ ସ୍ବର୍ଗତ ମହମ୍ମଦ ଅସଲମଙ୍କ କଣ ଭୂମିକା ଥିଲା ସେ ଉପରେ ଉପସ୍ଥିତ ସାମ୍ବାଦିକ ମାନେ ଆଲୋକପାତ କରିଥିଲେ । କଳାହାଣ୍ଡି ଜିଲ୍ଲାର ଚାଷୀ ସମସ୍ୟା ହେଉ କି ଲାଲ ବାହିନୀର ତାଣ୍ଡବ ଲୀଳା ହେଉ ସବୁଠାରେ ତାଙ୍କର ଥିଲା ଉପସ୍ଥିତି । ଏଣୁ ସ୍ବର୍ଗତ ମହମ୍ମଦ ଅସଲମଙ୍କ ବିୟୋଗ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏଥିସହ ମହମ୍ମଦ ଅସଲମ ଙ୍କ ପ୍ରଥମ ପୂଣ୍ୟତିଥି ଅବସରରେ କଳାହାଣ୍ଡିରେ ଗ୍ରାମାଞ୍ଚଳର ବିକାଶ ଧାରାରେ ଗଣମାଧ୍ୟମର ଭୂମିକାକୁ ନେଇ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଇଟିଭି ଭାରତ, କଳାହାଣ୍ଡି