ଓଡିଶା

odisha

ETV Bharat / state

ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀସଂଘର୍ଷ - ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ

ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଥୁଆଙ୍ଗପଦର ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ
ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

By

Published : Jun 21, 2022, 2:15 PM IST

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚୟତର ସିନ୍ଧିଭଟ୍ଟା ଓ ଥୁଆଙ୍ଗପଦର ଗାଁର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । ଫଳରେ ଉଭୟ ଗାଁର ୧୫ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଗୁରୁତର ହୋଇ ଚିକିତ୍ସିତ ହେଉଥିବାବେଳେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଥୁଆଙ୍ଗପଦର ଗାଁ ଲୋକେ ।

ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ସୂଚନା ଅନୁଯାୟୀ ଦୀର୍ଘ ଦଶନ୍ଧି ଧରି ଥୁଆଙ୍ଗପଦର ଗ୍ରାମବାସୀ ଗାଁ ନିକଟରେ ଥିବା ଜଙ୍ଗଲରେ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଜମି ଜଙ୍ଗଲରେ ଗାଁର ଇଷ୍ଟଦେବୀଙ୍କୁ ପୂଜା କରି ଆସୁଛନ୍ତି । ଗତ ଦୁଇ ବର୍ଷ ହେବ ସିନ୍ଧିଭଟା ଗାଁ ଲୋକେ ସେହି ଜଙ୍ଗଲକୁ ନିଜ ଅକ୍ତିଆରକୁ ନେବାକୁ ନେଇ ଉଭୟ ଗାଁ ମଧ୍ୟରେ ବଚସା ଲାଗି ରହିଥିଲା । ଏହାକୁ ନେଇ କିଛି ଦିନ ତଳେ ସ୍ଥାନୀୟ ପୋଲିସ ଓ ବ୍ଲକ ପ୍ରଶାସନ ଉଭୟ ଗାଁଙ୍କୁ ନେଇ ଶାନ୍ତି କମିଟି କରି ଜଙ୍ଗଲ ଜମିରେ ଚାଷ ନକରିବାକୁ ନେଇ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ଏହାକୁ ନମାନି ଉଭୟ ଗାଁ ଲୋକେ ଚାଷ କାମ କରିବାରୁ ଏହି ସଂଘର୍ଷ ହୋଇଥିଲା । ଏହାକୁ ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହୋଇଛନ୍ତି ଥୁଆଙ୍ଗପଦର ଗ୍ରାମବାସୀ । ଦୀର୍ଘ ଦିନରୁ ଚାଷ କରି ଆସୁଥିବା ଜଙ୍ଗଲ ଜମିକୁ ଜିଲ୍ଲା ପ୍ରଶାସନ ଥୁଆଙ୍ଗପଦର ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details