ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁର ମା ହୀରାନିଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ସାହୁଙ୍କୁ ଗିରଫ କଲା ପୋଲିସ । ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ କଲେଜରେ ଚାକିରୀ ଦେବା ନାଁରେ ଅର୍ଥ ହଡପ କରିଥିବା ନେଇ ବିଶ୍ବନାଥପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ବ ହେବ ଫେରାର ଥିବାବେଳେ ତାଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।
ଗିରଫ ହେଲେ କଲେଜ ଅଧ୍ୟକ୍ଷ, ଚାକିରୀ ଦେବା ନାଁରେ କରିଥିଲେ ଠକେଇ - kalahandi district news
ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁର ମା ହୀରାନିଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ସାହୁ ଗିରଫ । କିଛି ସ୍ଥାନୀୟ ବ୍ୟକ୍ତିଙ୍କୁ କଲେଜରେ ଚାକିିରୀ କରାଇ ଦେବା ପ୍ରଲୋଭନରେ ଟଙ୍କା ହଡପ ନେଇ ହୋଇଥିଲା ଅଭିଯୋଗ । ଅଧିକ ପଢନ୍ତୁ...
ମିଳିଥିବା ସୂଚନା ଆଧାରରେ, କଲେଜର ଉନ୍ନତିକରଣ ନାଁରେ ଅଧ୍ୟକ୍ଷ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅବିଭାବକ ଓ ହୀରାନିଲା ସଂଗ୍ରାମ ସମିତି ବିଶ୍ବନାଥପୁର ଥାନା ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ କିଛି ସ୍ଥାନୀୟ ବ୍ୟକ୍ତିଙ୍କୁ କଲେଜରେ ଚାକିରୀ କରାଇଦେବା ପ୍ରଲଭୋନରେ ଅର୍ଥ ଆଦାୟ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଦୀର୍ଘ ୩ ମାସ ହେବ ଘଟଣା ଦିନଠାରୁ ସେ ଫେରାର ଥିଲେ ସମ୍ପୃକ୍ତ ଅଧ୍ୟକ୍ଷ । ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ବିଶ୍ବନାଥପୁରଠାରେ ଥିବା ଅଧ୍ୟକ୍ଷଙ୍କ ଘରୁ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ