ଭବାନୀପାଟଣା: କଳାହାଣ୍ଡିରେ ଜିଲ୍ଲାରେ ଗତ କିଛି ଦିନ ହେବ ପାରଦ ୧୦ ଡିଗ୍ରୀ ତଳେ ରହୁଛି । ଯାହାଫଳରେ ଜିଲ୍ଲାରେ ପ୍ରବଳ ଶୀତ ଅନୂଭୁତ ହେଉଛି। ଥୁଆମୂଳ ରାମପୁରରେ ତାପମାତ୍ରା ୪ ଡିଗ୍ରୀ ରହିଥିବାବେଳେ କାଲୁଆ ପବନ ସାଙ୍ଗକୁ ତୁଷାରପାତ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି ।
କଳାହାଣ୍ଡିରେ ମଞ୍ଜଥରା ଜାଡ: କାଲୁଆ ପବନ ସାଙ୍ଗକୁ ଘନ କୁହୁଡି - କଳାହାଣ୍ଡି ଖବର
ଗତ କିଛି ଦିନ ହେବ କଳାହାଣ୍ଡିରେ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହୁଛି। ଯାହାଫଳରେ ଜିଲ୍ଲାରେ ପ୍ରବଳ ଶୀତ ଅନୂଭୁତ ହେଉଛି। ସକାଳ ୮ ଟା ପୂର୍ବରୁ ଲୋକଙ୍କ ଘରୁ ବାହାରକୁ ବାହାରିବା ମୁସକିଲ। ଅଧିକ ଖବର ପଢନ୍ତୁ...
କଳାହାଣ୍ଡିରେ ମଞ୍ଜଥରା ଜାଡ-ଜନଜୀବନ ଅସ୍ତବ୍ୟସ୍ତ
ସନ୍ଧ୍ୟା ୫ଟା ରୁ ଶୀତର ମାତ୍ରା ଅନୁଭୁତ ହେଉଥିଲେ ହେଁ ସକାଳ ପ୍ରାୟ ୮ ଟା ଯାଏଁ କୁହୁଡିର ଏକ ଆବରଣ ଶୀତକୁ ଦ୍ବିଗୁଣିତ କରିଦେଉଛି । ଜରୁରୀ କାମ ଥିଲେ ହେଁ ଲୋକେ ଘରୁ ପାଦ କାଢୁଥିବାବେଳେ ୮ ଟା ପୂର୍ବରୁ ଘରୁ ବାହାରକୁ ବାହାରିବା ମୁସକିଲ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ