ଓଡିଶା

odisha

ETV Bharat / state

ମଞ୍ଜଥରା ଜାଡ, କଅଁଳ ଖରା ତାତି ଖୋଜୁଛନ୍ତି କଳାହାଣ୍ଡିବାସୀ

କଳାହାଣ୍ଡିରେ ଜାରି ରହିଛି ଶୀତର ପ୍ରକୋପ । ଘନ କୁହୁଡିରେ ଢାଙ୍କି ହୋଇଛି ରାସ୍ତାଘାଟ । ପାରଦ ୨୦ ଡିଗ୍ରୀ ତଳେ ରହୁଥିବା ବେଳେ ଅସ୍ତବ୍ୟସ୍ତ ଜନଜୀବନ । ଅଧିକ ପଢନ୍ତୁ

By

Published : Dec 20, 2022, 1:38 PM IST

cold wav
cold wav

cold wav in kalahandi

ଭବାନୀପାଟଣା:ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି । ଏହାରି ମଧ୍ୟରେ କଳାହାଣ୍ଡିରେ ଜାରି ରହିଛି ଶୀତର ପ୍ରକୋପ । ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କଳାହାଣ୍ଡିର ରୂପ ଲାବଣ୍ୟ । ଚାରିଆଡେ ଘନ କୁହୁଡି । ଘାସ ଗାଲିଚା ଓ ଫୁଲରେ ପଡିଛି କାକର ବୁନ୍ଦା । ଶୀତ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି କଳାହାଣ୍ଡିବାସୀ । ବୁନ୍ଦା ବୁନ୍ଦା ମୁକ୍ତା ରୂପକ କାକର ବିନ୍ଦୁରେ ଚମକୁଛି ପ୍ରକୃତିରାଣୀ । ସକାଳ ହେଉ ବା ସନ୍ଧ୍ୟା ବା ରାତି ମଞ୍ଜଥରା ଜାଡ ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

ଗତ କିଛି ଦିନ ହେବ ଜିଲ୍ଲାରେ ପାରଦ ୨୦ ଡିଗ୍ରୀ ତଳେ ରହୁଛି । ଫଳରେ ଜିଲ୍ଲା ରେ ହାଡ ଭଙ୍ଗା ଶୀତ ଅନୂଭୁତ ହେଉଛି । ଥୁଆମୂଳ ରାମପୁରରେ ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ କାଲୁଆ ପବନ ସାଙ୍ଗକୁ କାକର ତୁଷାର ଭ୍ରମ ସୃଷ୍ଟି କରୁଛି । ତେଣୁ ସକାଳ ହେଲେ ମର୍ଣ୍ଣିଂଓ୍ବାକ୍‌ରେ ଲୋକ ବାହାରି ପଡୁଥିବା ବେଳେ ଖୋଲାସ୍ଥାନରେ ବ୍ୟାୟାମ କରି ଶୀତୁଆ ସକାଳର ମଜା ନେଉଥିବା ଦେଖିବାକୁ ମିଳିଛି । କିଏ ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ଚାଦର ଘୋଡାଇ ହୋଇଛି ତ ଆଉ କିଏ ଗାଁ ଦାଣ୍ଡରେ ନିଆଁ ଲଗାଇ ପୋଇଁ ହେଉଛନ୍ତି ।

ଭବାନୀପାଟଣା ସହରରେ ସକାଳ ହେବା ମାତ୍ରେ ଶୀତର ମଜା ନେଉଛନ୍ତି ଆବାଳ ବୃଦ୍ଧ ବନିତା । ସନ୍ଧ୍ୟା ହେବା ମାତ୍ରେ ଜିଲ୍ଲାରେ କାଲୁଆ ପବନ ବହିବା ସାଙ୍ଗକୁ ଆରମ୍ଭ ହେଉଛି ଶୀତର ପ୍ରକୋପ । ଆଉ ରାତି ୯ଟା ହେବା ମାତ୍ରେ ରାସ୍ତା ହୋଇଯାଉଛି ଖାଁଖାଁ । ଏସବୁ ଭିତରେ ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳକୁ ଉପଭୋଗ କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି । ପେଟ ପାଇଁ ଦାନା ଯୋଗାଡ ଆଶାରେ ରିକ୍ସା ଚାଳକ ଭୋର ୪ଟା ରାତିରୁ ଯାତ୍ରୀଙ୍କ ଅପେକ୍ଷା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-Anubhav-Varsha Dispute: ଫ୍ୟାମିଲ କୋର୍ଟରେ ପୁଣି ହାଜର ହଲେ ବର୍ଷା

ତେବେ ସକାଳ ହେବା ମାତ୍ର କୁହୁଡି ଚାଦରରେ ଯେପରି ଜିଲ୍ଲାର ବିଭିନ୍ନ ସ୍ଥାନ କୁହୁଡି ଚାଦରେ ଢାଙ୍କି ହୋଇ ରହୁଛି । ଜରୁରୀ କାମ ଥିଲେ ହିଁ ଲୋକେ ଘରୁ ପଦାକୁ ଆସୁଛନ୍ତି । ତେବେ ଶିତୁଆ ସକାଳ ସହ ତାଳ ଦେଇ ସହରବାସୀ ମର୍ଣ୍ଣିଂ ୱାକ୍‌ ସହ ବ୍ୟାୟାମ ପାଇଁ ଭୋର ସକାଳୁ ବାହାରି ପଡୁଥିବା ବେଳେ ସକାଳର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details