ଓଡିଶା

odisha

ETV Bharat / state

ରାଜ୍ୟରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ , ସୂଚନା ଦେଲେ ଶିଳ୍ପମନ୍ତ୍ରୀ - kalahandi district news

ରାଜ୍ୟରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ସୂଚନା ଦେଲେ ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ଦାସ । ଅଧିକ ପଢନ୍ତୁ...

ରାଜ୍ୟରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ , ସୂଚନା ଦେଲେ ଶିଳ୍ପମନ୍ତ୍ରୀ
ରାଜ୍ୟରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ , ସୂଚନା ଦେଲେ ଶିଳ୍ପମନ୍ତ୍ରୀ

By

Published : Jul 7, 2021, 6:23 AM IST

ଭବାନୀପାଟଣା: ରାଜ୍ୟରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । 1.46 ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ହେବା ଫଳରେ ରାଜ୍ୟରେ 26,959 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଭର୍ଚୁଆଲରେ ବସିଥିବା ଏହି ବୈଠକରେ 5ଟି ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

କୋଭିଡ଼ ସତ୍ତ୍ବେ ରାଜ୍ୟରେ 2020-21 ଆର୍ଥିକ ବର୍ଷରେ ପ୍ରାୟ 2.96 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଶିଳ୍ପ ପ୍ରତିଷ୍ଠା ଲାଗି ସରକାର କରିଥିବା ବ୍ୟବସ୍ଥା ବଡ଼ ଶିଳ୍ପ ମାନଙ୍କୁ ରାଜ୍ୟ ଆକର୍ଷିତ କରିବାରେ ସକ୍ଷମ ହୋଇଛି । ଦେଶର ପ୍ରମୁଖ ପୁଞ୍ଜି ବିନିଯୋଗର ହବରେ ପରିଣତ ହୋଇଛି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଭିଜନ 2030 ସୁଦ୍ଧା ଓଡିଶା ହେବ 'ଷ୍ଟିଲ୍ ହବ୍ ଅଫ୍ ଇଣ୍ଡିଆ'କୁ ବଡ଼ ସଫଳତା । ଏହି ଭିଜନକୁ ସଫଳ କରିବା ଲାଗି ହାଇ-ଲେଭଲ୍ କ୍ଲିୟରାନ୍ସ ଅଥରିଟି ଆଜି 1.46 କୋଟି ଟଙ୍କାରେ 5 ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି । ମେଟାଲ୍ ଏବଂ ମେଟାଲ୍ ଡାଉନଷ୍ଟ୍ରିମ ସେକ୍ଟରରେ ଏହି 5ଟି ଶିଳ୍ପ ପ୍ରକଳ୍ପ ରାଜ୍ୟରେ ପ୍ରତିଷ୍ଠା ହେଲେ ପ୍ରାୟ 27 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details