ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଉଦଯାପିତ ହେଲା ଜାତୀୟ ନାଟ୍ୟ ଉତ୍ସବ । ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ସବୁ ପ୍ରଦର୍ଶିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ଲୋକଙ୍କ ମନ ଜିଣିଲା ନାଟକ ଅସୁରଗଡ଼ କଥା। କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଦୁର୍ଗାର ସଂସ୍କୃତି ପରମ୍ପରା ଓ ଇତିହାସକୁ ନେଇ ପ୍ରଦର୍ଶିତ ହୋଇଥିଲା ନାଟକ ଅସୁରଗଡ଼ର କଥା ।
୧୨ ତମ ଜାତୀୟ ନାଟକ ଉତ୍ସବ ଉଦଯାପିତ, ଶେଷ ଦିନରେ ମନ ଜିଣିଲା ଅସୁରଗଡ଼ର କଥା - ଜାତୀୟ ନାଟ୍ୟ ଉତ୍ସବ
ଉଦଯାପିତ ହେଲା ଜାତୀୟ ନାଟ୍ୟ ଉତ୍ସବ । ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ହୋଇଥିଲା ପ୍ରଦର୍ଶିତ । ଅଧିକ ପଢ଼ନ୍ତୁ
ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ପୌରକଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥୀ ଯୋଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ କେସିଙ୍ଗା ଏସଡିପିଓ ଅଭିନବ ସୋନକର ଯୋଗଦେଇଥିଲେ । ଗତ ୪ ଦିନ ଧରି ଚାଲିଥିବା ଏହି ଜାତୀୟ ନାଟକ ଉତ୍ସବରେ ଜାମସେଦପୁର, ଭୁବନେଶ୍ୱର ଓ ଭବାନୀପାଟଣାର ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ନାଟକ ସଂସ୍ଥା ସାମିଲ ହୋଇ ନିଜର ନାଟକ ମଞ୍ଚସ୍ଥ କରିଥିଲେ । ତେବେ ସଙ୍କୁଚିତ ହେଉଥିବା ଏହି ମଞ୍ଚ ନାଟକ କଳାକୁ ଉଜ୍ଜୀବିତ କରିବା ଦିଗରେ କଳାହାଣ୍ଡି କଳାକାର ସଂଘର ଏହି ପ୍ରୟାସ ବେଶ ସ୍ୱାଗତ ଯୋଗ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଇଟିଭି ଭାରତ, କଳାହାଣ୍ଡି