ଓଡିଶା

odisha

ETV Bharat / state

ଖବର ପ୍ରସାରଣ ପରେ ଅସହାୟ ଭାଇଭଉଣୀଙ୍କୁ ସହଯୋଗର ହାତ ବଢାଇଲା ଶିଶୁ ସୁରକ୍ଷା ୟୁନିଟ୍‌

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅସହାୟ ଭାଇ ଭଉଣୀଙ୍କୁ ଉଦ୍ଧାର କରିଛି ଶିଶୁ ସୁରକ୍ଷା ୟୁନିଟ (Child Protection Unit)। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ଗାଁର ୩ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଛି ଶିଶୁ ସୁରକ୍ଷା ୟୁନିଟ । ଅଧିକ ପଢନ୍ତୁ

By

Published : Sep 9, 2022, 11:40 AM IST

ଖବର ପ୍ରସାରଣ ପରେ ଅସହାୟ ଭାଇଭଉଣୀଙ୍କୁ ସହଯୋଗର ହାତ ବଢାଇଲା ଶିଶୁ ସୁରକ୍ଷା ୟୁନିଟ
ଖବର ପ୍ରସାରଣ ପରେ ଅସହାୟ ଭାଇଭଉଣୀଙ୍କୁ ସହଯୋଗର ହାତ ବଢାଇଲା ଶିଶୁ ସୁରକ୍ଷା ୟୁନିଟ

ଭବାନୀପାଟଣା:ଅସହାୟ ଭାଇ ଭଉଣୀଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ୍‌ (Child Protection Unit) । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅସହାୟ ଭାଇ ଭଉଣୀଙ୍କୁ ଉଦ୍ଧାର କରିଛି ଶିଶୁ ସୁରକ୍ଷା ୟୁନିଟ । ଏହି ୩ ଭାଇ ଭଉଣୀ ଶିଶୁ ଯତ୍ନ ଅନୁଷ୍ଠାନରେ ରହି ପାଠ ପଢିବା ସହ ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟ ସମସ୍ତ ଖର୍ଚ୍ଚ ବହନ କରିବ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ଗାଁର ଶ୍ୟାମ ମାଝୀ ଓ ସ୍ତ୍ରୀ ଲକ୍ଷ୍ମୀ ମାଝୀଙ୍କ ୩ ପୁଅ ଝିଅଙ୍କୁ ନେଇ ଗୋଟିଏ ସୁନ୍ଦର ସଂସାର ଥିଲା । ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ ହେଲେ ଦଇବ ସହିଲା ନାହିଁ । ଦଇବର ବୁଝାବଣା କିଛି ଅଲଗା ରହିଥିଲା ।

ଗତ ୬ ବର୍ଷ ତଳେ ଶ୍ୟାମ ମାଝୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆରପରିକି ଚାଲିଗଲେ । ତାଙ୍କ ସ୍ତ୍ରୀ ୩ ଜଣ ଶିଶୁଙ୍କୁ ପ୍ରତିପୋଷଣ କରି ଆସୁଥିଲେ । ହେଲେ କେଜାଣି କାହିଁକି ୩ ଛୁଆଙ୍କୁ ଛାଡି ମାଆ କେଉଁଆଡେ ଚାଲିଗଲା । ଏହା ପରଠାରୁ ୩ ଭାଇ ଭଉଣୀ ଭୋଗ ଉପାସରେ ପଡିରହିଥିଲେ । ଆଉ ସେପଟେ ବାପା ମାଆଙ୍କ ପରେ ଏବେ ଭାଇ ଭଉଣୀଙ୍କ ପେଟକୁ ଦାନା ଯୋଗାଇବା ପାଇଁ ଜ୍ୟୋତ୍ସ୍ନା ପର ଘରେ ମୂଲଲାଗି ଭାଇ ଭଉଣୀଙ୍କ ପ୍ରତିପୋଷଣ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ:ସମୟର ଖେଳ: ବାପା ଆରପାରିରେ, ଖେଳକୁଦ ବୟସରେ ପରିବାର ସମ୍ଭାଳୁଛି ଝିଅ

ଜ୍ୟୋତ୍ସ୍ନା ମାଝୀ ପାଠ ପଢିବା ସମୟରେ ବାପା ଚାଲିଗଲେ ପରେ ପରେ ମାଆ କେଉଁଆଡେ ଗଲା ଯେ ଆଉ ଫେରିଲା ନାହିଁ ଶେଷରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜ୍ୟୋତ୍ସ୍ନା ନିଜ ପାଠ ପଢ଼ାରେ ଡୋରି ବାନ୍ଧିଲେ ଆଉ ହାତରେ କଲମ ବଦଳରେ ଶ୍ରମିକ ସାଜିଲେ । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗୁରୁବାର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ, ବୋରଗୁଡା ଗାଁକୁ ଯାଇ ୩ ଜଣ ଅନାଥ ଭାଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ ।

ଏହି ୩ ଭାଇ ଭଉଣୀ ଶିଶୁ ଯତ୍ନ ଅନୁଷ୍ଠାନରେ ରହି ପାଠ ପଢିବା ସହ ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟ ସମସ୍ତ ଖର୍ଚ୍ଚ ବହନ କରିବା ନେଇ ପ୍ରତିଶୃତି ଦେଇଛନ୍ତି । ଏନେଇ ବଡଭଉଣୀ ଜୋତ୍ସ୍ନା କହିଥିଲେ ଯେ, "ବାପାଙ୍କ ମୃତ୍ୟୁ ପରେ ମୁଁ ନିଜେ ପରିବାରର ବୋଝ ମୁଣ୍ଡାଉଛି । ଦୁଇ ଭାଇଭଉଣୀଙ୍କୁ ମଣିଷ କରିବା ପାଇଁ ମୁଁ ଶ୍ରମିକ ଭାବେ କାମ କରି ପରିବାର ଚଳାଉଛି ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details