କଳାହାଣ୍ଡି: ଜିଲ୍ଲାରେ ଆଜିଠୁ(ବୁଧବାର) ଆରମ୍ଭ ହୋଇଛି ଅପରେସନ ପରୀ-୩ । ଫୋକସରେ ଜିଲ୍ଲାର ୧୧୩ ନିଖୋଜ ଶିଶୁ। ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ପରୀ-୩ ଅପରେସନରେ ବିଶେଷ କରି ନିଖୋଜ ୧୧୩ ଶିଶୁଙ୍କୁ ଫୋକସ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଏହି ୧୧୩ ପିଲାଙ୍କ ନିଖୋଜ ନେଇ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଲାହାଣ୍ଡି ଜିଲ୍ଲା ପୋଲିସ, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ସହାୟତାରେ ୧୫ ଦିନ ବ୍ୟାପି ଜିଲ୍ଲାରେ ଏହି ଅଭିଯାନ ଚାଲିବ। ଅନ୍ୟରାଜ୍ୟକୁ ଚାଲାଣ କରାଯାଉଥିବା ଶିଶୁ ଶ୍ରମିକଙ୍କୁ ରୋକିବା, ଶିଶୁ ଶ୍ରମିକ ଏବଂ ନିର୍ଯାତନା ଭୋଗୁଥିବା ସମ୍ଭାବ୍ୟ ହୋଟେଲ, ରେସ୍ତୋରାଁ, ଫାଷ୍ଟଫୁଡ, ଗ୍ୟାରେଜ, ବସଷ୍ଟାଣ୍ଡ , ରେଲୱେ ଷ୍ଟେସନ ଆଦିରେ ଚଢ଼ାଉ କରାଯିବ। ଏହାସହ ଉଦ୍ଧାର ହେବାଥିବା ଶିଶୁଙ୍କୁ ପରାମର୍ଶ କରାଯାଇ ଶିଶୁମଙ୍ଗଲ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ଥଇଥାନ କରାଯିବ। ବିଶେଷ କରି ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟରୁ ଆସି କଳାହାଣ୍ଡିରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବରେ କାର୍ଯ୍ୟକରୁଥିବା ଶିଶୁଙ୍କୁ ଏହି ଅଭିଯାନରେ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା କହିଛି ପୋଲିସ ।
ଏଥି ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଜନସାଧରଙ୍କ ସାହାଯ୍ୟ ଲୋଡିଛନ୍ତି ଏସପି । କାର୍ଯ୍ୟକ୍ରମ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପିଙ୍କ ବ୍ୟତୀତ ଅତିରିକ୍ତ ଏସପି ଗୋପୀନାଥ ମଣିପାତ୍ର, ପିକେ ମହନ, ଜିଲ୍ଲାଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରାଜେଶ ନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ଶ୍ରମ ବିଭାଗ କର୍ମଚାରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ