ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ହେଲେ ଛତିଶଗଡର ସେନମୁଡା ଗାଁର ବିଳାସ ମାଝି । ମୃତ ମହିଳାଙ୍କ ସ୍ବାମୀ ବୈଶାଖ ମାଝି ଅନ୍ୟ ଜାତିର ବିବାହ କରିଥିବାରୁ ତାଙ୍କ ସମ୍ପର୍କୀୟ କେହି ଆସି ନ ଥିଲେ ।
ଫଳରେ ସେ ଗାଁକୁ ମୃତଦେହ ନେଇ ନ ପାରି ଡାକ୍ତରଖାନାରେ ୨ ଛୋଟ ଝିଅ ପୁଅକୁ ଧରି ଚିନ୍ତାରେ ବସିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ଯୁବ କଂଗ୍ରେସ ଟିମ ଡାକ୍ତରଖାନା ପହଞ୍ଚି ସହାୟତାର ହାତ ବଢ଼ାଇଥିଲେ । ଅନ୍ୟ ଜାତିର ବିବାହ କରିଥିବାରୁ ଗାଁକୁ ସ୍ତ୍ରୀର ମୃତଦେହ ନେଲେ ମଧ୍ୟ ପାଖକୁ କେହି ଆସିବେ ନାହିଁ ବୋଲି ବୈଶାଖ ଦୁଃଖ ପ୍ରକାଶ କରିଥିଲେ ।