ଭବାନୀପାଟଣା:ପିଡ଼ିଏସ ବଣ୍ଟନରେ ଦୁର୍ନୀତି । ଏସଏଚଜି ଗୃପ ଦୁର୍ନୀତି କରୁଥିବାରୁ କ୍ଷମତା ହସ୍ତାନ୍ତର ନେଇ ଗଣ ଧାରଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଚାଞ୍ଚେର ପଞ୍ଚାୟତରେ ପିଡିଏସ ବଣ୍ଟନରେ ଏସଏଚଜି ଗୃପ ଦୁର୍ନୀତି କରୁଛି । ତେଣୁ ପଞ୍ଚାୟତକୁ ହସ୍ତାନ୍ତର ଦାବିରେ ସରପଞ୍ଚ ତାଙ୍କ ସମର୍ଥକ ଓ ହିତାଧିକାରୀ ଏକ ଶୋଭାଯାତ୍ରାରେ ଆସି ବ୍ଳକ ସମ୍ମୁଖରେ ଧାରଣା ଦେଇଥିଲେ।
ପିଡ଼ିଏସ ବଣ୍ଟନରେ ଏସଏଚଜି ଗୃପ ଦୁର୍ନୀତି କରୁଥିବା ବେଳେ ବ୍ଳକ କର୍ତ୍ତୁପକ୍ଷ ବି ତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରାଯାଇ ଗଣ ଧାରଣା ଦିଆଯାଇଥିଲା । ପରେ ଧାରଣା ସ୍ଥଳରେ ବିଡ଼ିଓ ପ୍ରଫୁଲ୍ଲ ଓଡୁ ପହଞ୍ଚିବା ପରେ ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସହ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେବା ନିମନ୍ତେ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ବିଡ଼ିଓ । ପ୍ରତିଶୃତି ପରେ ଆନ୍ଦୋଳନ କାରୀ ଗଣ ଧାରଣାରୁ ଓହରି ଥିଲେ ।