ଓଡିଶା

odisha

ETV Bharat / state

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କ ସହ ଆଲୋଚନା କଲା କେନ୍ଦ୍ରୀୟ ଟିମ୍‌ - elephant death

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ 6ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିଛି ସ୍ବତନ୍ତ୍ର କେନ୍ଦ୍ରୀୟ ଟିମ। ଅଧିକ ପଢନ୍ତୁ...

ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ
ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ

By

Published : Feb 21, 2021, 10:40 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ 6ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିଛି ସ୍ବତନ୍ତ୍ର କେନ୍ଦ୍ରୀୟ ଟିମ । ଏହି ସମୀକ୍ଷାରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ସାମିଲ ହୋଇଛନ୍ତି ।

କର୍ଲାପାଟ ଅଭୟାରଣ୍ୟରେ ଅଚାନକ 6ଟି ହାତୀ ମୃତ୍ୟୁ ହେବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ହାତୀ ମୃ୍ତ୍ୟୁ ଘଟଣାର ତଦନ୍ତ କରିଛି କେନ୍ଦ୍ରର ତିନି ଜଣିଆ ଟିମ । ଏହି ଟିମ ଅଭୟାରଣ୍ୟରୁ ତଦନ୍ତ ସାରି ଫେରିବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଏକ ସ୍ବତନ୍ତ୍ର ବୈଠକ କରିଛନ୍ତି । ଟିମ ଅଭୟାଣ୍ୟ ଗସ୍ତ କରି ସାମ୍ପୁଲ ସଂଗ୍ରହ କରି ସେଗୁଡିକ ପରୀକ୍ଷା ପାଇଁ ପଠାଯାଇଛି । ଆସନ୍ତା ସାତଦିନ ଭିତରେ ରିପୋର୍ଟ ଆସିବ ବୋଲି କହିଛନ୍ତି ନ୍ୟାସନାଲ ଏଲିଫେଣ୍ଡ ସେଣ୍ଟର କୋଡିନେଟର ପ୍ରଜ୍ଞାନ ପଣ୍ଡା।

କର୍ଲାପାଟ ହାତୀ ମୃତ୍ୟୁ ଘଟଣା

ଜିଲ୍ଲାପାଳଙ୍କ ସହ ସେଣ୍ଟର ଅଫ ୱାର୍ଲଡ଼ ଲାଇଫ ବୈଜ୍ଞାନିକ ଡ଼ କରିକାଲନ ମାଥେସ, ନ୍ୟାସନାଲ ଏଲିଫେଣ୍ଡ ସେଣ୍ଟରର କୋଡ଼ିନେଟର ପ୍ରଜ୍ଞାନ ପଣ୍ଡା, ପ୍ରଫେସର ଡ଼ ନିରଞ୍ଜନ ସାହୁଙ୍କ ସହ ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର, ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ଏହି ବୈଠକରେ ସାମିଲ । ହାତୀ ମୃତ୍ୟୁର କାରଣ ହେମରେଜ ସେପ୍ଟିସେମିଆଁ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେଲା ପରେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ ହେଲା ତାକୁ ନେଇ ଅଧିକ ଅନୁଧ୍ୟାନ କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details