ଭବାନୀପାଟଣା: ଧର୍ମଗଡ଼ ସହରର କିଶୋର ଅଗ୍ରୱାଲ ଓ ସୁନିତା ଅଗ୍ରୱାଲଙ୍କ ଝିଅ ସାନିଆ ଅଗ୍ରୱାଲ ସିବିଏସଇ ଯୁକ୍ତ 2 ବାଣିଜ୍ୟ ପରୀକ୍ଷାରେ ୯୭ ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ସାଇନା ଭୁବନେଶ୍ବରର ସାଇ ଇଣ୍ଟରନ୍ୟାସନଲ କଲେଜ ରେ ଯୁକ୍ତ 2 ବାଣିଜ୍ୟ ବିଭାଗର ଛାତ୍ରୀ । ତେବେ ତାଙ୍କର ଏହି ସଫଳତା ପଛରେ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବାପାମାଆଙ୍କ ପ୍ରେରଣା ଓ ନିଜସ୍ବ ପରିଶ୍ରମର ଫଳ ରହିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।
ଜୀବନରେ ସଫଳତା ପାଇବକୁ ହେଲେ ପରିଶ୍ରମ, ଦକ୍ଷତା ଓ ସାମର୍ଥ୍ୟକୁ ବିନିଯୋଗ କରି ନିଜ କର୍ତ୍ତବ୍ୟ ପଥରେ ଆଗଭର ହେବାକୁ ପଡେ । ଭବିଷ୍ୟତରେ ସାନିଆ ମଧ୍ୟ ମା'ଙ୍କ ପରି ଜଣେ ଦକ୍ଷ ଚାର୍ଟାଡ଼ ଆକାଉଣ୍ଟଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।