ଭବାନୀପାଟଣା:କଳାହାଣ୍ଡି ପାଲଟିଛି ଗଞ୍ଜେଇ ମାଫିଆଙ୍କ ପେଣ୍ଠସ୍ଥଳୀ । ପୋଲିସ ପଞ୍ଝାରେ ଏବେ ଗଞ୍ଜେଇ ମାଫିଆ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ ଭବାନୀପାଟଣାରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷସୁତ୍ରରୁ ଖବର ପାଇଥିଲେ କଳାହାଣ୍ଡି ଏସପି ଶ୍ରବନ ବିବେକ। ଏନେଇ ଏସପିଙ୍କ ନିର୍ଦେଶକ କ୍ରମେ କେସିଙ୍ଗା ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି କେସିଙ୍ଗା ସହରରେ ଏକ ଜାଲ ନମ୍ବର ଥିବା କାରଟିକୁ ଯାଞ୍ଚ ସମୟରେ କାର ମଧ୍ୟରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା ।