ଭବାନୀପାଟଣା:ଛତିଶଗଡ଼ ବିଜାପୁର ଥାନା ଅଞ୍ଚଳରେ ଗତ ୪ ତାରିଖ ଦିନ ନକ୍ସଲଙ୍କ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଥିଲେ । ଏହି ଶହୀଦଙ୍କ ତାଲିକାରେ କଳାହାଣ୍ଡି କୋକସରା ମାଟିର ବୀର ଯବାନ ସୁବାଷ ନାୟକ ମାଓବାଦୀଙ୍କ ସହ ଜୀବନର ଶେଷ ଲଢେ଼ଇ କରି ଦେଶ ପାଇଁ ଶହୀଦ ହୋଇଛନ୍ତି ।
ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା - kalahandi candle march
ଛତିଶଗଡ଼ ବିଜାପୁର ଥାନା ଅଞ୍ଚଳରେ ଗତ ୪ ତାରିଖ ଦିନ ନକ୍ସଲଙ୍କ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଥିଲେ । ଏଥିରେ କଳାହାଣ୍ଡି କୋକସରା ମାଟିର ବୀର ଯବାନ ସୁବାଷ ନାୟକ ମାଓବାଦୀଙ୍କ ସହ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେ଼ଇ କରି ଦେଶ ପାଇଁ ସହିଦ ହୋଇଛନ୍ତି । ଅଧିକ ପଢନ୍ତୁ...
ସହିଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ବିର ଯବାନ ମାନଙ୍କ ଏହି ବଳିଦାନ ଦେଶବାସୀଙ୍କ ମନରେ ଘୋର ଆଘାତ ଦେଇଛି । ତାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇ କୋକସରା ବ୍ଲକ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଶତାଧିକ ଯୁବକ କୋକସରା ସହରରେ କ୍ୟାଣ୍ଡେଲ ରାଲିରେ ବାହାରି ‘‘ଭାରତୀୟ ଶହୀଦ ବିର ଯବାନ ଅମର ରହେ’’ ସ୍ଲୋଗାନ ଦେଇଥିଲେ ଏବଂ ପ୍ରକମ୍ପିତ ହୋଇଥିଲା କୋକସରା ସହର । ସହର ପରିକ୍ରମା କରିବା ସହ ହନୁମାନ ମନ୍ଦିର ଛକରେ ଶହୀଦ ବିର ଯବାନଙ୍କ ଉଦ୍ଦେଶ୍ୟରେ ୨ ମିନିଟର ନିରବ ପ୍ରାର୍ଥନା କରିବା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ