ଭବାନୀପାଟଣା: ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡା ଗ୍ରାମର ସମ୍ପଦ ଯୋଶୀ ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ କେନାଲକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ଏହା ଦେଖି ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଜୟପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସମ୍ପଦଙ୍କ ବୟସ 13 ବର୍ଷ ହୋଇଥିବା ବେଳେ ସେ ଭେଙ୍କଟଶ୍ବର ଇଂରାଜୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ।