ଓଡିଶା

odisha

ETV Bharat / state

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ କେସିଙ୍ଗାସ୍ଥିତ ଅଗ୍ରସେନ ଭବନଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

By

Published : Feb 23, 2020, 3:37 AM IST

blood donation camp in kalahandi
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଭବାନୀପାଟଣା: ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ସ୍ବେଚ୍ଛାକୃତ ରକ୍ତଦାନ ଶିବିର । କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ କେସିଙ୍ଗାସ୍ଥିତ ଅଗ୍ରସେନ ଭବନଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

'ମୋ ସରକାର' ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁପ୍ତେଶ୍ଵର ଭୋଇ, ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ଅତିରିକ୍ତ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ସମେତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଏହି ଶିବିରରେ ସ୍ଥାନୀୟ ସାମାଜିକ ସଂଗଠନ ବୁଢ଼ାରଜା ସମାଜ ବିକାଶ ସଂଗଠନ, ମାରୱାଡ଼ି ଯୁବ ମଞ୍ଚ ପୋଲିସ କର୍ମଚାରୀ, ପ୍ରମୁଖ ଅନୁଷ୍ଠାନର ସ୍ଵେଚ୍ଛାସେବୀ ଯୋଗ ଦେଇ ରକ୍ତ ଦାନ କରିବା ସହ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details