ଓଡିଶା

odisha

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି ଏସପି ଅଫିସ ଘେରାଉ

By

Published : Mar 4, 2023, 10:44 PM IST

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ କଳାହାଣ୍ଡି ଏସପି ଅଫିସ ଘେରାଉ । ଦିନକୁ ଦିନ ବିଜେଡି ସରକାର ବିରୁଦ୍ଧରେ ନିଜର ଆନ୍ଦୋଳନର ତରିକା ବଦଳାଉଛି ବିଜେପି । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାର ବିରୁଦ୍ଧରେ ନୂଆନୂଆ ଢଙ୍ଗରେ ଆନ୍ଦୋଳନ କରୁଛି  ବିଜେପି
ରାଜ୍ୟ ସରକାର ବିରୁଦ୍ଧରେ ନୂଆନୂଆ ଢଙ୍ଗରେ ଆନ୍ଦୋଳନ କରୁଛି ବିଜେପି


କଳାହାଣ୍ଡି: ଗତ କିଛି ଦିନ ତଳେ ଭୁବନେଶ୍ୱର ଲୋୟର ପିଏମଜିରେ ଘଟିଥିବା ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ଘଟଣାରେ ରାଜ୍ୟ ରାଜନୀତି ସରଗରମ ରହିଛି । ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଗତକାଲି ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି । ଗତ ଫେବୃଆରୀ 28 ତାରିଖରେ ବିଜେପି ମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନବ ଦାସ ହତ୍ୟା ଘଟଣାରେ ବିଶାଳ ରାଲି କରାଯାଇଥିଲା । ପ୍ରତିବାଦରେ ବିଧାନସଭା ଘେରାଉ କରାଯାଉଥିବା ସମୟରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଏଥିରେ କିଛି ପୋଲିସ କର୍ମୀ ଆହତ ହେବା ସହିତ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ମଧ୍ୟ ଆହତ ହୋଇଥିଲା । ସରକାର ଦମନ ମୂଳକ ନୀତି କରୁଛନ୍ତି ଏଥିସହ ଭୟଙ୍କର ସ୍ଥିତିରେ ଓଡ଼ିଶାର ଆଇନ ଶୃଙ୍ଖଳା । ମହିଳା ନିର୍ଯାତନାରେ ଓଡିଶା ସବୁଠୁ ଆଗରେ ରହିଥିବା ବେଳେ ପୋଲିସର ଅକ୍ଷମତା କାରଣରୁ ଲୋକ ଥାନାକୁ ଯିବାକୁ ଡ଼ରୁଛନ୍ତି । ରାଜ୍ୟ ସରକାର ଆଇନ ଶୃଙ୍ଖଳା ସମ୍ଭାଳିବାରେ ବିଫଳ ହୋଇଛନ୍ତି ତେଣୁ ପୋଲିସ କୁ ଲଗାଇ ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି।

ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ ଆଜି ଶତାଧିକ ବିଜେପି କର୍ମୀ ସାମିଲ ହୋଇ ଦଳୀୟ କାର୍ଯ୍ୟାଳୟ ରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଏସପି ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ବିରୁଦ୍ଧରେ ନାରାବାଜି ଦେଇଥିଲେ ବିଜେପି କର୍ମୀ।ରାଜ୍ୟ ସରକାର ପୋଲିସ ଲଗାଇ ରାଜ୍ୟରେ ବିଜେପି କର୍ମୀ ଆନ୍ଦୋଳନ କରୁଥିବା ସମୟରେ ଯେଉଁ ଭଳି ଭାବରେ ବିଜେପି କର୍ମୀଙ୍କୁ ପୋଲିସ ଆକ୍ରମଣ କରିବା ସହ ବିଜେପି କର୍ମୀ କୁ ଗିରଫ କରିଛି ଆଉ ଏ ସବୁ ପୋଲିସ ଶାସକ ଦଳର ଇଙ୍ଗିତ ରେ କରୁଥିବା କୁ ନେଇ ଜିଲ୍ଲାରେ ବିକ୍ଷୋଭ କରାଯାଇଥିବା ବେଳେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଭର୍ତ୍ସନା କରିଛି ଦଳ ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କୋଶର ଦାସ ହତ୍ୟାକାଣ୍ଡକୁ ମାସେ ବିତିଯାଇଥିଲେ ମଧ୍ୟ କୌଣସି ଆଖି ଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ବେଳେ ରାଜ୍ୟରେ ଏତେ ବଡ ଅଘଟଣ ଘଟିବା ପରେ ମଧ୍ୟ ଆଜିଯାଏଁ କୌଣସି ପ୍ରତିକ୍ରିୟା ଦେଲେ ନାହିଁ । ଯାହାକୁ ନେଇ ରାଜ୍ୟରେ ଅସନ୍ତୋଷ ର ମାହୋଲ ରହିଥିବା ନେଇ ଅଭିଯୋଗ ଅଭିଯୋଗ କରିଛି। ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଙ୍କ ନେତୃତ୍ୱରେ ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ରହି ପ୍ରତିବାଦ ସଭାରେ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ପ୍ରତିବାଦ କରି ଥିଲେ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details