ଓଡିଶା

odisha

ETV Bharat / state

'ମଣ୍ଡି ପରିଚାଳନାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର'

ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ଭବାନୀପାଟଣା ସର୍କିଟ ହାଉସ ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ମଣ୍ଡି ସମସ୍ୟା ସମାଧାନ ନ ହେଲେ ଗଣଧାରଣା ପାଇଁ ଚେତାବନୀ ଦେଲା ଦଳ । ଅଧିକ ପଢନ୍ତୁ...

By

Published : Feb 3, 2021, 5:29 PM IST

'ମଣ୍ଡି ପରିଚାଳନାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର'
'ମଣ୍ଡି ପରିଚାଳନାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର'

ଭବାନୀପାଟଣା: ମଣ୍ଡିରେ ଜାରି ରହିଛି ଅଚଳାବସ୍ଥା । ରାଜ୍ୟରେ ମଣ୍ଡି ପରିଚାଳନାରେ ଫେଲ୍ ମାରିଛନ୍ତି ଓଡିଶା ସରକାର । ଆଜି ବି ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ । ନଷ୍ଟ ହେଉଛି ଶହ ଶହ ଧାନବସ୍ତା । ଅନ୍ୟପଟେ କଟନୀ ଛଟନୀ ଚାଷୀ ପାଇଁ ବେଡି ଉପରେ କରୋଡା ମାଡ ଭଳି ମନେ ହେଉଛି । ମଣ୍ଡିରୁ ଧାନ ନ ଉଠିବା ତଥା ମଣ୍ଡିରେ ଏଭଳି ବ୍ୟାପକ ଅବ୍ୟବସ୍ଥା ନେଇ ବର୍ଷିଲା ବିରୋଧି ଦଳ । ଭବାନୀପାଟଣା ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଣ୍ଡି ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଛି ବିଜେପି ।

'ମଣ୍ଡି ପରିଚାଳନାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର'

ଆସନ୍ତା 5 ତାରିଖ ମଧ୍ୟରେ ମଣ୍ଡିରେ ଧାନ କ୍ରୟ ନ ହେଲେ ଜିଲ୍ଲାର ସମସ୍ତ ମଣ୍ଡି ସାମ୍ନାରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ବିରୋଧି ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗଣଧାରଣାର ୭୨ ଘଣ୍ଟା ମଧ୍ୟରେ ଦାବି ପୂରଣ ନ ହେଲେ ମଣ୍ଡି ସାମ୍ନା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥକୁ ଅବରୋଧ ନିଷ୍ପତ୍ତି ଘୋଷଣା କରିଛନ୍ତି ପ୍ରଦୀପ୍ତ ନାଏକ ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଉପସଭାପତି ପ୍ରଶାନ୍ତ ସାହୁ, ସାଧାରଣ ସମ୍ପାଦକ ଯୁଗଳ ପୋଢ଼, ଜୟଶଙ୍କର ନାୟକ, କୃଷକ ମୋର୍ଚ୍ଚା ସଭାପତି ବସନ୍ତ ପୁରୋହିତ, ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ରମେଶ ମାଝୀ, ପ୍ରଦୀପ ନାୟକ, ଭାନୁ ପ୍ରକାଶ ରଥ, ଭଣ୍ଡେଶ୍ବର ମହାପାତ୍ର ଏବଂ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details