ଓଡିଶା

odisha

By

Published : Mar 13, 2023, 10:06 AM IST

ETV Bharat / state

ସଂରକ୍ଷଣକୁ ନେଇ ସରକାର ଉପରେ ବର୍ଷିଲା ବିଜେପି ଓବିସି ମୋର୍ଚ୍ଚା

ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ଓବିସି ମୋର୍ଚ୍ଚା । ରାଜ୍ୟ ସରକାର ଯାହା ମନସ୍ଥ କରିଛନ୍ତି ତାହା କରିବାକୁ ଚିନ୍ତା କରୁଛନ୍ତି ବୋଲି କହିଛି ବିଜେପି । ଅଧିକ ପଢନ୍ତୁ

bjp targets state government over reservation
ସଂରକ୍ଷଣକୁ ନେଇ ସରକାର ଉପରେ ବର୍ଷିଲା ବିଜେପି

ସଂରକ୍ଷଣକୁ ନେଇ ସରକାର ଉପରେ ବର୍ଷିଲା ବିଜେପି

ଭବାନୀପାଟଣା:ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ମୋଦି ସରକାର ଓବିସି ବର୍ଗ ପାଇଁ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ କରିଛନ୍ତି । ହେଲେ ରାଜ୍ୟ ସରକାର ନିର୍ବାଚନ ସମୟରେ କିମ୍ବା ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗର ଲୋକଙ୍କ ପାଇଁ କୌଣସି ସଂରକ୍ଷଣର ବ୍ୟବସ୍ଥା ହୋଇନାହିଁ ବୋଲି ଅଭିଯୋଗ କରିଛି ବିଜେପି ଓବିସି ମୋର୍ଚ୍ଚା । ସଂରକ୍ଷଣ ପାଇଁ ବିଭିନ୍ନ ଜାତି ବର୍ଗ, ସାମାଜିକ ସଙ୍ଗଠନ ଦାବି କଲେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ରାଜ୍ୟ ସରକାର ଯାହା ମନସ୍ଥ କରିଛନ୍ତି ତାହା କରିବାକୁ ଚିନ୍ତା କରୁଛନ୍ତି ବୋଲି କହିଛି ବିଜେପି ଓବିସି ମୋର୍ଚ୍ଚା ।

ପଛୁଆ ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ବିଭିନ୍ନ ସାମାଜିକ ସଙ୍ଗଠନ ପ୍ରତିବାଦ କରି ଆସୁଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ଓବିସିମାନଙ୍କ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ।

ଏହାସହ ବୁର୍ଲା ଭିସୁଟର ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣା, ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ଘଟଣା ଭଳି ଅନେକ ଘଟଣାରେ ରାଜ୍ୟ ସରକାର ଛନ୍ଦି ହୋଇଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି ଏହାସହ ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟରେ ଓବିସିମାନଙ୍କ ପାଇଁ ଜନଗଣନା କରିବାକୁ ଯାଉଛନ୍ତି । ସେଥିରେ ରାଜ୍ୟ ସରକାର କାଳିଆ ଯୋଜନା ଭଳି ଜନଗଣନା ନ କରିବାକୁ ବିଜେପି ଦାବି କରିଛି ।

ସେହିପରି ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଗାନ୍ଧୀ ଛକ ଠାରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଓ ରାଜ୍ୟସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଦେଶ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ଉପସଭାପତି ରାମ ଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଯୁଗଳ ପୋଢ଼, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ବରିଷ୍ଠ ସଦସ୍ୟ ଭରତ ଭୂଷଣ ଦେଓ, ଭବେନ୍ଦ୍ର ପଣ୍ଡା, ମନୋଜ ମେହେର ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଚିନ୍ତା ବଢାଇଲା H3N2 ଭୂତାଣୁ, ଚିଠି ଲେଖି ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ବିଗତ ୨୩ବର୍ଷରେ ବିଜେଡି ସରକାର ଓବିସି ତଥା ପଛୁଆ ବର୍ଗଙ୍କ ସଂରକ୍ଷଣ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି ବରଂ ସାମ୍ବିଧାନିକ ଅଧିକାରଙ୍କୁ କ୍ଷୁର୍ଣ୍ଣ କରୁଛନ୍ତି । ୨୭ ପ୍ରତିଶତ ସଂରକ୍ଷଣ ଶିକ୍ଷା ଓ ନିଯୁକ୍ତିରେ ଦେବାକୁ ବିଜେପି ଓବିସି ମୋର୍ଚ୍ଚା ଦୀର୍ଘ ଦିନରୁ ଦାବି କରି ଆସୁଛି । ବର୍ତ୍ତମାନ ତାମିଲନାଡୁ ସରକାର ୭୯ ପ୍ରତିଶତ, ମହାରାଷ୍ଟ୍ରରେ ୬୩ ପ୍ରତିଶତ, ଛତିଶଗଡ଼ରେ ୬୪ ପ୍ରତିଶତ ଓ ଝାଡଖଣ୍ଡ ୭୦ ପ୍ରତିଶତ ଦେବାକୁ କେନ୍ଦ୍ରସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ମାତ୍ର ରାଜ୍ୟସରକାର ଏ ଦିଗରେ ଓବିସି ମୋର୍ଚ୍ଚାକୁ ତାର ହକ ଦେଉନାହିଁ । ରାଜ୍ୟର ୫୪ପ୍ରତିଶତ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଆଗାମୀ ଦିନରେ ରାଜ୍ୟ ସରକାର ପଦକ୍ଷେପ ନନେଲେ ଓବିସି ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବାନୀ ଦିଆଯାଇଛି ।

ଇଟିିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details