ଭବାନୀପାଟଣା : ମମିତାଙ୍କୁ ନ୍ୟାୟ ଦାବିରେ ବିଜେପିର ନ୍ୟାୟ ଯାତ୍ରା । ଆଜିଠାରୁ କଳାହାଣ୍ଡି ବିଜେପି ପକ୍ଷରୁ ମହିଳାଙ୍କୁ ନ୍ୟାୟ ଦାବିରେ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି ।
ମମିତାଙ୍କୁ ନ୍ୟାୟ ଦାବିରେ ବିଜେପିର ନ୍ୟାୟ ଯାତ୍ରା ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ଯୋଗୁଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ହେଉଥିବା ଅଭିଯୋଗରେ ବିରୋଧୀ ସରକାରୀଙ୍କୁ ଘେରିବାରେ ଲାଗିଛି। ତୁରନ୍ତ ରାଜ୍ୟ ସରକାର ମନ୍ତ୍ରୀମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହେବାରେ ଲାଗିଛି ।
ସେପଟେ ଏହାକୁ ନେଇ ଆଜି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜେପି ପକ୍ଷରୁ ମହାଲିଙ୍ଗ ଠାରୁ ଭବାନୀପାଟଣା ଦୀର୍ଘ ୬୦ କିଲୋମିଟର ନ୍ୟାୟ ପଦଯାତ୍ରାରେ ବାହାରି ଭବାନୀପାଟଣା ଠାରେ ପହଞ୍ଚିବା ପରେ ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଯଥା ଶୀଘ୍ର ରାଜ୍ୟ ସରକାର ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବର୍ଜନ କରିବ ବୋଲି ପ୍ରକାଶ କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ