ଓଡିଶା

odisha

ETV Bharat / state

ବିଜେଡି ବିରୋଧରେ ଏସପିଙ୍କ ନିକଟରେ ଦ୍ୱାରସ୍ତ ହେଲା ବିଜେପି - ପୌର ନିର୍ବାଚନ 2022

ପୌର ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ବିଜେଡି ବିରୋଧରେ ଏସପିଙ୍କ ନିକଟରେ ଦ୍ୱାରସ୍ତ ହେଲା ବିଜେପି । ଅଧିକ ପଢନ୍ତୁ

ବିଜେଡି ବିରୋଧରେ ଏସପିଙ୍କ ନିକଟରେ ଦ୍ୱାରସ୍ତ ହେଲା ବିଜେପି
ବିଜେଡି ବିରୋଧରେ ଏସପିଙ୍କ ନିକଟରେ ଦ୍ୱାରସ୍ତ ହେଲା ବିଜେପି

By

Published : Mar 12, 2022, 7:24 PM IST

ଭବାନୀପାଟଣା : ପୌର ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଗଡ଼ ଦଖଲ କରିବା ପାଇଁ ଲାଗି ପଡିଛନ୍ତି ଦଳୀୟ ନେତା ଓ କର୍ମୀ । କଳାହାଣ୍ଡି ଜିଲ୍ଲାର ତିନୋଟି ଏନଏସି ଓ ଗୋଟିଏ ପୌର ପରିଷଦରେ ହେବ ନିର୍ବାଚନ ।

ବିଜେଡି ବିରୋଧରେ ଏସପିଙ୍କ ନିକଟରେ ଦ୍ୱାରସ୍ତ ହେଲା ବିଜେପି

ଆଉ ନିର୍ବାଚନକୁ ନେଇ ପ୍ରଚାର ମୈଦାନ ଏବେ କମ୍ପୁଛି । ଆଉ ଏ ସବୁ ଭିତରେ ଶାସକ ଦଳ ବିରୋଧରେ ବିଜେପି ଆଣିଛି ଅଭିଯୋଗ। ଯାହାକୁ ନେଇ ଆଜି(ଶନିବାର) ପୋଲିସ ଏସପିଙ୍କ ଦ୍ୱାରସ୍ତ ହୋଇଛି ବିଜେପି । ଅଭିଯୋଗ ଅନୁଯାୟୀ ଜିଲ୍ଲାର ଜୁନାଗଡ଼ ଏନଏସିରେ ୧୨ଟି ଓ୍ବାର୍ଡରେ ବିଜେପି କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ।

ଏହାବି ପଢନ୍ତୁ :ULB Poll: ପ୍ରଧାନ ଶିକ୍ଷୟିତ୍ରୀ ଭାବେ ପଢାଉ ଥିଲି, ଏବେ ରାଜନିତୀରେ ସେବା କରିବି

ହେଲେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ କର୍ମୀ ମାନଙ୍କୁ ଲଗାଇ ବିଜେପି ପ୍ରାର୍ଥୀ ମାନଙ୍କ ନିକଟକୁ ଯାଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଦେଉଥିବା ନେଇ ବିଜେପି ଅଭିଯୋଗ କରିଛି। ବରିଷ୍ଠ ବିଜେପି ନେତା ହିମାଂଶୁ ମେହେରଙ୍କ ନେତୃତ୍ୱରେ ସମସ୍ତ ବିଜେପି କାଉନସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ତ ହେବା ସହ ନିର୍ବାଚନ ସରିବା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details