ଓଡିଶା

odisha

ETV Bharat / state

ମିଲ୍କି ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଜିଲ୍ଲାରେ ଦୀର୍ଘ ଦିନ ଧରି ସ୍ବଳ୍ପ ବର୍ଷା ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଜିଲ୍ଲାର ମିଲ୍କି ଅଞ୍ଚଳକୁ ମରୁଡି ଘୋଷଣା କରିବା ନେଇ ଜିଲ୍ଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ ଜାରି । ଅଧିକ ପଢନ୍ତୁ...

ମିଲ୍କି ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି
ମିଲ୍କି ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

By

Published : Aug 31, 2021, 5:03 PM IST

ଭବାନୀପାଟଣା: ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡିକରେ କମ ବୃଷ୍ଟିପାତ ଯୋଗୁଁ ଦେଖା ଦେଇଛି ମରୁଡ଼ିର ସ୍ଥିତି । ତେବେ ଜିଲ୍ଲାର ଭବାନୀପାଟଣା ବ୍ଲକର ୧୦ ଗୋଟି ପଞ୍ଚାୟତକୁ ନେଇ ମିଲ୍କି ଅଞ୍ଚଳ ଭାବରେ ପରିଚିତ ଥିବାବେଳେ ବ୍ଲକର ୬୦ ପ୍ରତିଶତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନଥିବାରୁ ଅଞ୍ଚଳରେ ମରୁଡି ଭଳି ସଙ୍ଗୀନ ସ୍ଥିତି ଦେଖାଦେଇଛି ।

ମିଲ୍କି ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି
ତେବେ ଏନେଇ ଯଥା ଶୀଘ୍ର ଜିଲ୍ଲା ସମେତ ମିଲ୍କି ଅଞ୍ଚଳକୁ ସରକାର ମରୁଡି ଘୋଷଣା କରିବା ସହ ତେଲ ଓ ଉଡନ୍ତି ନଦୀରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି ନେଇ ଆଜି (ମଙ୍ଗଳବାର) ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ ଜିଲ୍ଲାରେ ଯଥାଶୀଘ୍ର ମରୁଡି ଘୋଷଣା କରା ନ ଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details