ଭବାନୀପାଟଣା: ଜିଲ୍ଲା ଭାରତୀୟ ଜନତା ପାର୍ଟିର ନବ ଗଠିତ କାର୍ଯ୍ୟକାରୀ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ରମେଶ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ପ୍ରମୁଖ ଯୋଗ ଦେଇ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ କରିଥିଲେ ।
ଦୀର୍ଘ ବର୍ଷ ତଳେ ପନ୍ଦର ଜଣ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ପନ୍ଦର କୋଟିର କାର୍ଯ୍ୟକର୍ତ୍ତାଙ୍କ ଦଳରେ ପରିଣତ ହୋଇ ପାରିଛି ଏବଂ ଦଳ ରାଜନୀତିରୁ ଊର୍ଦ୍ଧ୍ବରେ ରହି ନୀତି ଓ ଆଦର୍ଶରେ ବିଶ୍ୱାସ କରିବା ସହ ଦେଶ ଗଠନ, ଦଳର ପ୍ରାଥମିକତା ବୋଲି ସଭାପତି ସାଂସଦ ବସନ୍ତ ପଣ୍ଡା ପ୍ରକାଶ କରିଥିଲେ ।