ଓଡିଶା

odisha

ETV Bharat / state

BSNL ନିଷ୍ପତ୍ତିକୁ ବିରୋଧ କରି ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ - ବିଏସଏନଏଲ ନିଷ୍ପତ୍ତିକୁ ବିରୋଧ

ଭାରତ ସରକାରଙ୍କ ଅଧିନସ୍ଥ ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ ) ବିରୋଧରେ ବୁଧବାର ବିଜୁ ଛାତ୍ର ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି ।

bjd student strike
ବିଏସଏନଏଲ ନିଷ୍ପତ୍ତିକୁ ବିରୋଧ କରି ବିଜୁ ଛାତ୍ର ଜନତା ଦଳ ବିକ୍ଷୋଭ

By

Published : Aug 12, 2020, 11:47 AM IST

Updated : Aug 12, 2020, 11:58 AM IST

ଭବାନୀପାଟଣା: ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ। ଭାରତ ସରକାରଙ୍କ ଅଧିନସ୍ଥ ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ ) ବିରୋଧରେ ବୁଧବାର ବିଜୁ ଛାତ୍ର ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି ।

ସୂଚନା ଅନୁଯାୟୀ, ନୀତିଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପ୍ରମୁଖ ଅଟେ । ଏହି ଆକାଂକ୍ଷୀ ଜିଲ୍ଲାଗୁଡିକୁ କେନ୍ଦ୍ର ସରକାର ସାମଗ୍ରୀକ ବିକାଶ କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଭାରତ ସଞ୍ଚାର ଲିମିଟେଡ଼ (ବିଏସଏନଏଲ ) ଅଭିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ ଟି ସ୍ଥାନରୁ ୪ଜି ମୋବାଇଲ ଓ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ କରି ତାହାର ଉପକରଣ ସବୁ କନ୍ଧମାଳ ଜିଲ୍ଲାକୁ ସ୍ଥାନାନ୍ତର ପାଇଁ ଯୋଜନା କରୁଛି ।

BSNL ନିଷ୍ପତ୍ତିକୁ ବିରୋଧ କରି ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ

ସ୍ୱଳ୍ପ ଡାଟା ବ୍ୟବହୃତ ହେଉଥିବା କାରଣ ଦର୍ଶାଇ ଓଡିଶା ଟେଲିକମ ସର୍କଲର ଜେନେରାଲ ମ୍ୟାନେଜର ସ୍ଥାନାନ୍ତରଣ ନେଇ ଜିଲ୍ଲା ଟେଲିକମ ମ୍ୟାନେଜର ମାନଙ୍କୁ ଚିଠି ଲେଖିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ତୀବ୍ର ନିନ୍ଦା କରାଯିବା ସହ ଏ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ଦାବି କରି ଭବାନୀପାଟଣା ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।


ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଭିନାଶ ଠାକୁରଙ୍କ ନେତୃତ୍ୱରେ ବିଏସଏନଏଲ ବିରୋଧର ନାରା ଦେବା ସହ କାହାସ୍ୱାର୍ଥରେ ୪ଜି ସେବାକୁ ସ୍ଥାନାନ୍ତର ନିଷ୍ପତ୍ତି ନିଆଗଲା ବୋଲି ପ୍ରଶ୍ନ କରାଯିବା ସହ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ






Last Updated : Aug 12, 2020, 11:58 AM IST

ABOUT THE AUTHOR

...view details