ଓଡିଶା

odisha

ETV Bharat / state

କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ, ବିଜେଡିର ବିକ୍ଷୋଭ ପ୍ରଦର୍ଶନ - ଜିଲ୍ଲାବ୍ୟାପି ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲାବ୍ୟାପି ବିଜେଡିର ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ରସରକାରଙ୍କ ପକ୍ଷରୁ କଟାଯାଇଥିବା ୫ କେଜି ଚାଉଳ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜୁ ଜନତା ଦଳ । ଅଧିକ ପଢ଼ନ୍ତୁ

ଜିଲ୍ଲାବ୍ୟାପି ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ଜିଲ୍ଲାବ୍ୟାପି ବିଜେଡିର ବିକ୍ଷୋଭ ପ୍ରଦର୍ଶନ

By

Published : Feb 16, 2023, 11:00 PM IST

ଜିଲ୍ଲାବ୍ୟାପି ବିଜେଡିର ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି : ଗରିବ ଲୋକଙ୍କୁ କୋଭିଡ ସହାୟତାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କେଜି ଚାଉଳ ଯୋଗାଉଥିଲା । ତେବେ ଗତ ଡିସେମ୍ବରରୁ କେନ୍ଦ୍ର ଏହି ଯୋଜନାକୁ ବନ୍ଦ କରିଛି । ଯାହାର ପ୍ରତିବାଦରେ ଆଜି କଳାହାଣ୍ଡି ଜିଲ୍ଲ ର ସମସ୍ତ ୧୩ ଗୋଟି ବ୍ଲକ ୩ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଭବାନୀପାଟଣା ପୌର ପରିଷଦ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି । କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୌର ଅଧକ୍ଷା ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ ରେ ଜୁନାଗଡ଼ ବିଧ୍ୟାୟକ ଦିବ୍ୟଶଙ୍କର ମିଶ୍ର, ବିଜେଡି ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ବିଧାୟକ ଅନାମ ନାଏକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ତୁରନ୍ତ କେନ୍ଦ୍ର ବିଜେପି ସରକାର ଲୋକଙ୍କୁ 5 କେଜି ଚାଉଳ ପ୍ରଦାନ କରନ୍ତୁ ବୋଲି ବିଜେଡ଼ି ନେତା ଏବଂ କର୍ମୀମାନେ ଦାବି କରିଥିଲେ । ଯଦି କେନ୍ଦ୍ର ସରକାର ନଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ କେନ୍ଦ୍ର ବଜେଟରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛିନ୍ତି ବୋଲି କହିଛନ୍ତି ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । କେନ୍ଦ୍ର ଗରିବ ମାରଣା ନୀତି , କୃଷକ ମାରଣା ନୀତିକୁ ଧରିଥିବା ବେଳେ ବିଜେଡି ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି ବୋଲି ଜୁନାଗଡ ବିଧାୟକ ଦିବ୍ୟଶଙ୍କର କହିଛନ୍ତି ।

ପୂର୍ବରୁ କେନ୍ଦ୍ର ସରକାର ୫ କେଜି ଚାଉଳ ପ୍ରଦାନ କରୁଥିଲେ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଯୋଗାଇ ଦେଉଥିଲେ । ହେଲେ କୋଭିଡ ସ୍ଥିତି ସୁଧୁରିବା ପରେ ସାରା ଭାରତରେ ସବୁ ରାଜ୍ୟରେ ଅତିରିକ୍ତ ୫ କେଜି ଚାଉଳ ଯୋଗାଣ ବନ୍ଦ କରାଯାଇ ପୂର୍ବ ଭଳି ୫ କେଜି ଚାଉଳ ପ୍ରଦାନ୍ ଆରମ୍ଭ ହୋଇଛି। ଏହାକୁ ବିରୋଧ କରିଛି ବିଜେଡି ।ଦୀର୍ଘ ସମୟ ଧରି କେନ୍ଦ୍ର ସରକାର ଉପରେ ଗର୍ଜିଥିଲେ ବିଜେଡି ଓ କର୍ମୀ ପରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।ସେପଟେ ଗତକାଲି ସମ୍ବଲପୁର ରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳା ପୋଲିସ କର୍ମଚାରୀ ଙ୍କୁ ଧକ୍କା ମାରିବା ଘଟଣା କୁ ମଧ୍ୟ ବିରୋଧ କରିଛି ବିଜୁ ଜନତା ଦଳ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details