ଭବାନୀପାଟଣା: ସହରର ସରକାରୀ ଆଇଟିଆଇ ଜାତୀୟ ସ୍ତରର ଏଆଇଟିଟି(AITT) ପରୀକ୍ଷା ଫଳାଫଳରେ ବେଶ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।ଆଇଟିଆଇର ଛାତ୍ରୀ ପୂଜା ମାହାର ସର୍ବ ଭାରତୀୟ ମହିଳା ବର୍ଗରେ ପ୍ରଥମ ଓ ସାଇ ଚାରଣ ଦାସ ସର୍ବ ଭାରତୀୟ ପୁରୁଷ ବର୍ଗରେ ପ୍ରଥମ ସ୍ଥାନ ଗ୍ରହଣ କରି କଳାହାଣ୍ଡି ଜିଲ୍ଲା ପାଇଁ ସଫଳତା ଆଣିଛନ୍ତି।
ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା 2 ଛାତ୍ରଛାତ୍ରୀଙ୍କୁ ବିଜେଡିର ସମ୍ବର୍ଦ୍ଧନା - kalahandi distriict news
ଭବାନୀପାଟଣା ସହର ସରକାରୀ ଆଇଟିଆଇ ଜାତୀୟ ସ୍ତରର ଏଆଇଟିଟି ପରୀକ୍ଷାରେ ଫଳାଫଳରେ ବେଶ ଭଲ ପ୍ରଦର୍ଶନ କରିଛି । କୃତିତ୍ବ ହାସଲ କରିଥିବା ଅନୁଷ୍ଠାନର 2 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲା ବିଜେଡି । ଅଧିକ ପଢନ୍ତୁ...
![ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା 2 ଛାତ୍ରଛାତ୍ରୀଙ୍କୁ ବିଜେଡିର ସମ୍ବର୍ଦ୍ଧନା ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା 2 ଛାତ୍ରଛାତ୍ରୀଙ୍କୁ ବିଜେଡିର ସମ୍ବର୍ଦ୍ଧନା](https://etvbharatimages.akamaized.net/etvbharat/prod-images/768-512-12049550-thumbnail-3x2-kalala.jpg)
ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା 2 ଛାତ୍ରଛାତ୍ରୀଙ୍କୁ ବିଜେଡିର ସମ୍ବର୍ଦ୍ଧନା
ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା 2 ଛାତ୍ରଛାତ୍ରୀଙ୍କୁ ବିଜେଡିର ସମ୍ବର୍ଦ୍ଧନା
ଏନେଇ ଆଜି ଜିଲ୍ଲା ବିଜେଡି ପକ୍ଷରୁ 2 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଜାତୀୟ ସ୍ତରରେ କୃତିତ୍ବ ହାସଲ କରିଥିବା ଦୁଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଦିନରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ