ଭବାନୀପାଟଣା:ଅପହଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ହେବ ସହଜ । ଏନେଇ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା । ଜିଲ୍ଲାର ପାହାଡ଼ ପର୍ବତ ମଧ୍ୟରେ ରହୁଥିବା ଲୋକେ ସ୍ବାସ୍ଥ୍ୟସେବା ପାଇବା ପାଇଁ ଚାରିଚକିଆ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା କାରଣରୁ ଏହି ସେବା ଆରମ୍ଭ ହୋଇଛି ।
ଅପହଞ୍ଚ ଇଲାକା ପହଞ୍ଚିବ ସ୍ବାସ୍ଥ୍ୟସେବା, କଳାହାଣ୍ଡିରେ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ - କଳାହାଣ୍ଡିରେ ବାଇକ ଆମ୍ବୁଲାନ୍ସ ଆରମ୍ଭ
କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା । ପାହାଡ଼ ପର୍ବତ ମଧ୍ୟରେ ରହୁଥିବା ଲୋକେ ସ୍ବାସ୍ଥ୍ୟସେବା ପାଇବା ପାଇଁ ଏହି ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ
ବିଶେଷ କରି ଗର୍ଭବତୀ ମହିଳା ଆମ୍ବୁଲାନ୍ସ ସେବା ନପାଇ ବାଟରେ ପ୍ରସବ କରିବା ଘଟଣା ବାରମ୍ବାର ଲୋକଲୋଚନକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ଓ ମଦନପୁର ରାମପୁର ଅଞ୍ଚଳ ପାଇଁ ଦୁଇଟି ବାଇକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । କଳାହାଣ୍ଡି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାବେଳେ ଆଜି ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ଉପଯୁକ୍ତ ସ୍ବାସ୍ଥ୍ୟସେବା ।
ମୁଖ୍ୟତଃ ଗ୍ରାମାଞ୍ଚଳର ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ସମୟରେ ଭାରରେ ବୋହି ମେଡିକାଲ କିମ୍ବା ଆମ୍ବୁଲାନ୍ସ ପର୍ଯ୍ୟନ୍ତୁ ଅଣାଯାଉଛି । ଜିଲ୍ଲାର ପାହାଡିଆ ଅଞ୍ଚଳ ତଥା ରାସ୍ତା ସମସ୍ୟା ଥିବା ଅଞ୍ଚଳ ପାଇଁ ବାଇକ ଆମ୍ବୁଲାନ୍ସ ସେବା କିଛି ମାତ୍ରାରେ ସହାୟ ହୋଇ ପାରିବ। ଶୁକ୍ରବାର ଭବାନୀପାଟଣା ସହରାଞ୍ଚଳ ହସ୍ପିଟାଲରେ ଏହାର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ । ଏହି ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ଜିଲ୍ଲାର ଅପହଞ୍ଚ ଇଲାକାରୁ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଇକ ଆମ୍ବୁଲାନ୍ସ ଯୋଗେ ସହଜରେ ଅଣାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।