ଭବାନୀପାଟଣା: ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଇକ ସଢେଲ ଛକ ନିକଟରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମିଳିଥିବା ସୂଚନା ଅନୁସାରେ ମଦନପୁର ରାମପୁର ପାଇକପଡ଼ାର ବିବେକ ସ୍ବାଇଁ ଓ ଜଗନ୍ନାଥ ସ୍ବାଇଁ କୌଣସି କାମରେ ରାୟପୁର-ଗୋପାଲ ପୁର ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ନିର୍ମାଣ କରାଯାଇଥିବା ଡ୍ରେନକୁ ଛିଟିକି ପଡିଥିଲେ ।
59 ନଂ ଜାତୀୟ ରାଜପଥରେ ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର - 57 National Highway in Gopalpur
କଳାହାଣ୍ଡି ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥରରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ...

ଗୋପାଲପୁର ୫୯ ନମ୍ବର ଜାତୀୟ ରାଜପଥରରେ ବାଇକ ଦୁର୍ଘଟଣା
ଗୋପାଲପୁର ୫୯ ନମ୍ବର ଜାତୀୟ ରାଜପଥରରେ ବାଇକ ଦୁର୍ଘଟଣା
ଫଳରେ ଘଟଣାସ୍ଥଳରେ ହିଁ ବିବେକ ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମଦନପୁର ରାମପୁର ଡାକ୍ତରଖାନାକୁ ଆଣିଥିଲେ । ପରେ ଗୁରୁତର ଜଗନ୍ନାଥଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ