ଓଡିଶା

odisha

ETV Bharat / state

ବୋଲେରୋ ଧକ୍କାରେ ବାଇକ ଚାଳକ ମୃତ

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଗୋହିରାପଦର ନିକଟରେ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକ ଚାଳକ ମୃତ ।କ୍ଷତିପୂରଣ ଦାବିରେ ଗ୍ରାମବାସୀ ଭବାନୀପାଟଣା-ନର୍ଲା ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jul 26, 2020, 4:38 AM IST

ବୋଲେରୋ ଧକ୍କାରେ ବାଇକ ଚାଳକ ମୃତ
ବୋଲେରୋ ଧକ୍କାରେ ବାଇକ ଚାଳକ ମୃତ

କଳାହାଣ୍ଡି:ବୋଲେରୋ ଧକ୍କାରେ ବାଇକ ଚାଳକ ମୃତ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଗୋହିରାପଦର ନିକଟରେ ସଡକ ଦୁର୍ଘଟଣା । ବାଇକ ଚାଳକ ମୃତ । ମୃତକ ଜଣକ ଗୋହିରାପଦର ଗାଁ ର ଶଶୀ ସାହୁ ବୋଲି ଜଣାପଡ଼ିଛି।

ବୋଲେରୋ ଧକ୍କାରେ ବାଇକ ଚାଳକ ମୃତ

ସୂଚନା ଅନୁଯାୟୀ ନର୍ଲା ପଟୁ ଦ୍ରୁତଗତି ରେ ଆସୁଥିବା ଏକ ବୋଲେରୋ ଗୋହିରାପଦର ଛକ ନିକଟରେ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ବୋଲେରୋ ରେ ବସିଥିବା ୪ ଜଣ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଭବାନୀପାଟଣା-ନର୍ଲା ରାସ୍ତା ଅବରୋଧ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details