ଓଡିଶା

odisha

ETV Bharat / state

ଦର୍ପଣ ସାଗର ଜମି ଲୁଟ ଘଟଣା: ୭ ଦିନରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ ଦେଲେ ଭକ୍ତ ଦାସ - bhakta das says big strike will started

ଆସନ୍ତା ୭ଦିନ ମଧ୍ୟରେ ପୋତା ଯାଇଥିବା ଦର୍ପଣ ସାଗର ଜଳାଶୟରୁ ପୁନର୍ବାର ମାଟି କଢ଼ାଯିବା ସହିତ ସ୍ଥାନୀୟ ବାସୀନ୍ଦାଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲିଭକ୍ତ ଦାସ କହିଛନ୍ତି। ଅଧିକ ପଢନ୍ତୁ...

ଦର୍ପଣ ସାଗର ଜମି ଲୁଟ ଘଟଣାରେ ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ତୀବ୍ର ଆନ୍ଦୋଳନ
ଦର୍ପଣ ସାଗର ଜମି ଲୁଟ ଘଟଣାରେ ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ତୀବ୍ର ଆନ୍ଦୋଳନ

By

Published : Nov 28, 2020, 6:36 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦର୍ପଣ ସାଗରକୁ ପୋତି ପ୍ଲଟିଂ କରିବା ଘଟଣାରେ ଜମି ମାଫିଆଙ୍କ ସହ ଜିଲ୍ଲାର କିଛି ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଅଭିଯୋଗ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ପୋତା ଯାଇଥିବା ଦର୍ପଣ ସାଗର ଜଳାଶୟରୁ ପୁନର୍ବାର ମାଟି କଢ଼ାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେ କହିଛନ୍ତି । ଏହାସହ ଭବାନୀପାଟଣା ସହର ବନ୍ଦ କରାଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଭକ୍ତ।

ଦର୍ପଣ ସାଗର ଜମି ଲୁଟ ଘଟଣାରେ ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ତୀବ୍ର ଆନ୍ଦୋଳନ


ଦର୍ପଣ ସାଗର ପୋତିହେବା ଯୋଗୁଁ ୯ଟି ପଡାର କୂଅ ଓ ନଳକୂପର ଜଳସ୍ତର କିମିଛି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ସୁପ୍ରିମକୋର୍ଟ, ହାଇକୋର୍ଟ ଦ୍ୱାରା ସହରାଞ୍ଚଳରେ ଜଳାଶୟ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ପାରିବେ ବୋଲି ନିର୍ଦେଶନାମା ରହିଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଭିନ୍ନ ସମୟରେ ରାୟ ଦେଇଛନ୍ତି ଯେ, କୌଣସି ଜଳାଶୟକୁ ପୋତା ଯାଇ ପାରିବ ନାହିଁ ବୋଲି ସେ ଯୁକ୍ତି ବାଢିଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆରଡିସି ସ୍ତରୀୟ କମିଟି ଗଠନ କରି ରାଜ୍ୟର ସମସ୍ତ ଜଳାଶୟ ଗୁଡିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କିତ ନିର୍ଦେଶାବଳୀ ବିଷୟରେ ପୋଲିସ ଓ ଜିଲ୍ଲା ପ୍ରଶାସନ କିପରି ଜାଣିପାରିଲେ ନାହିଁ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details