ଓଡିଶା

odisha

By

Published : Nov 5, 2021, 10:20 PM IST

ETV Bharat / state

କଳାହାଣ୍ଡିବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ଆହ୍ବାନ ଦେଲେ ଭକ୍ତ ଦାସ

ଜନତା କର୍ଫ୍ୟୁ ନେଇ ଜନ ସାଧାରଣଙ୍କୁ ନିବେଦନ କଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଅଧିକ ପଢନ୍ତୁ...

Bhakta Charan Das
Bhakta Charan Das

ଭବାନୀପାଟଣା : ଜନତା କର୍ଫ୍ୟୁ ନେଇ ଜନ ସାଧାରଣଙ୍କୁ ନିବେଦନ କଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ଯୋଗୁଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟ ବଣା ହେଉଥିବା ଅଭିଯୋଗ ରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛି।

କଳାହାଣ୍ଡିବାସୀଙ୍କୁ ଜନତା କର୍ଫ୍ୟୁ ପାଇଁ ଆହ୍ବାନ ଦେଲେ ଭକ୍ତ ଚରଣ ଦାସ

ତୁରନ୍ତ ରାଜ୍ୟ ସରକାର ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ସେପଟେ ଆସନ୍ତା ୮ ତାରିଖରେ କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରିବା ସହ ଅନେକ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହାକୁ ବିରୋଧ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମୁଖ୍ୟମନ୍ତ୍ରୀ ପ୍ରଥମେ ମମିତାଙ୍କୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ଓ ପରେ କଳାହାଣ୍ଡି ଗସ୍ତ କରନ୍ତୁ ବୋଲି କହିଛନ୍ତି ଭକ୍ତ ।

ଏହା ସହ ଆସନ୍ତା ୮ ତାରିଖରେ ମମିତାଙ୍କୁ ନ୍ୟାୟ ଦାବିରେ ଜନତା କର୍ଫ୍ୟୁ ସହ ୭ ତାରିଖ ଦିନ ୧୧ ଟାରେ ନିଜ ନିଜ ଘରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details