ଓଡିଶା

odisha

ETV Bharat / state

ସାଇନିଂ କଳାହାଣ୍ଡିକୁ ମହଙ୍ଗା ପଡିଲା ମାଇନିଂ ଦାବି, ଦଳରୁ ବିଦା ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ - ଦଳରୁ ବିଦା ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ

ବେଦାନ୍ତ କମ୍ପାନୀକୁ ଖଣି ଲିଜ୍‌ ଦେବା ଦାବିରେ ଶୋଭାଯାତ୍ରା କରି ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବନୀଶଙ୍କର ନିଆଲଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଏହି ଘଟଣାରେ ସାମାଜିକ ଗଣ ମାଧ୍ୟମରେ ବିଜେଡିକୁ ବହୁ ଟ୍ରୋଲ ହେବାକୁ ପଡ଼ିଥିଲା । ଅଧିକ ପଢ଼ନ୍ତୁ

ଦଳରୁ ବିଦା ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ
ଦଳରୁ ବିଦା ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ

By

Published : Apr 10, 2023, 10:48 PM IST

ଭବାନୀପାଟଣା: କଳାହାଣ୍ଡିରେ ଖଣିକୁ ନେଇ ରାଜନୀତି ସରଗରମ ହୋଇଛି । ଖଣି ଲିଜ୍‌ ଦାବି କରି ଶେଷରେ ଦଳରୁ ବିଦା ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ । ଗତ ୨୬ ତାରିଖ ଦିନ ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଭାବନୀଶଙ୍କର ନିଆଲ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ଜନ ସଂସଦ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ କଲେଜ ଛକ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଟାଉନ ହଲ ଠାରେ ଜନ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଜିଲ୍ଲା ବିଜେଡିର କର୍ମକର୍ତ୍ତା । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଶାସକ ଦଳ ଟ୍ରୋଲ ହେବାରୁ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଭାବନୀଶଙ୍କର ନିଆଲଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ଦଳରୁ ବିଦା ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ

ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବନୀଶଙ୍କର ନିଆଲ ଓ ବିଜେଡି କର୍ମକର୍ତ୍ତା ବେଦାନ୍ତ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ କରିଥିବା ଶୋଭାଯାତ୍ରାକୁ ନେଇ ଜିଲ୍ଲାରେ ବିରୋଧର ସ୍ବର ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଶାସକ ବିଜେଡିକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଥିଲା । ପରେ ବିଭିନ୍ନ କ୍ଷେତ୍ରରେ ବିଜେଡି ଟ୍ରୋଲ ହେବା ପରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲଙ୍କୁ ୭ ଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ପରେ ଭବାନୀଶଙ୍କର ଏହାର ଉତ୍ତର ରଖିବା ସହ ଦଳକୁ କ୍ଷମା ମଧ୍ୟ ମାଗିଥିଲେ ।

ସେପଟେ ଜିଲ୍ଲା ବିଜେଡି ପକ୍ଷରୁ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ସାଇନିଂ କଳାହାଣ୍ଡି ସଂଗଠନ ସହ ବିଜେଡିର କୌଣସି ସମ୍ପର୍କ ନାହିଁ ବୋଲି ବିଜେଡି ନେତା କହିଥିଲେ । ସଂଗଠନର ଅଧ୍ୟକ୍ଷ କଳାହାଣ୍ଡିରେ ଶିଳ୍ପର ବିକାଶ, ଶିକ୍ଷାର ବିକାଶ ହେଲେ ଆଦିବାସୀଙ୍କ ବିକାଶ ହେବ ବୋଲି ଜନ ସଂସଦ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ବୋଲି ସୂଚନା ଦେଇଥିଲେ । କିନ୍ତୁ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏହା ଏକ ଘରୋଇ କମ୍ପାନୀକୁ ଲିଜ୍ ଦେବା ସମ୍ବନ୍ଧରେ ପଦଯାତ୍ରା ଆୟୋଜନ କରାଯାଇଥିବା ଜଣା ପଡ଼ିଥିଲା । ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ବିଜେଡିର ଏହି ସଂଗଠନ ସହ କୌଣସି ସମ୍ପର୍କ ନାହିଁ ବୋଲି ପ୍ରକାଶ କରିଥିଲେ ଦଳୀୟ ନେତୃବୃନ୍ଦ । ଏନେଇ ଆଦିବାସୀ ସମ୍ପ୍ରଦାୟ ତଥା ନିୟମଗିରି ସପକ୍ଷରେ ଥିବା ସମସ୍ତ ସଂଗଠନକୁ ବିଜେଡି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା ।

ସେପଟେ ରାଜ୍ୟ କିମ୍ବା ଦଳୀୟ ନେତାକୁ କାର୍ଯ୍ୟକ୍ରମ ବିଷୟ ନଜଣାଇ ଆୟୋଜନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ବାରା ଆଦିବାସୀ ମାନଙ୍କ ଭାବନାକୁ କୁଠାରଘାତ ହୋଇଛି ଏବଂ ଆଦିବାସୀମାନଙ୍କ ପ୍ରତି ବିଜୁ ଜନତା ଦଳର ଯଥେଷ୍ଟ ସମ୍ମାନ ରହିଥିବା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲା ଦଳ । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆମେ ଆଦିବାସୀଙ୍କ ବିରୋଧରେ ଜଡ଼ିତ ନାହୁଁ କିମ୍ବା ଆଗାମୀ ଦିନରେ ମଧ୍ୟ ଜଡ଼ିତ ହେବୁ ନାହିଁ ବୋଲି କହିଥଲେ ଦଳୀୟ ନେତା । ପରେ ଦଳ ପକ୍ଷରୁ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ ବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଭବାନୀଶଙ୍କର ନିଆଲଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details