ଓଡିଶା

odisha

ETV Bharat / state

ଖସୁଛି ପାରଦ, ହସୁଛି ପ୍ରକୃତିରାଣୀ - Bhabanipatana people enjoying Winter

କଳାହାଣ୍ଡିରେ ଶୀତର ଲହରୀ । ପାରଦ ୧୦ ଡିଗ୍ରୀ ତଳେ ରହୁଥିବାବେଳେ ଶୀତର ମଜା ଉଠାଉଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

Bhabanipatana people enjoying Winter
ଖସୁଛି ପାରଦ: ହସୁଛି ପ୍ରକୃତିରାଣୀ, ଶୀତର ମଜା ନେଉଛନ୍ତି ଭବାନୀପାଟଣାବାସୀ

By

Published : Dec 22, 2019, 12:52 AM IST

Updated : Dec 22, 2019, 3:58 PM IST

ଭବାନୀପାଟଣା: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କଅଁଳ ସୂର୍ଯ୍ୟ କିରଣରେ ମୁକ୍ତା ପ୍ରାୟ ଢଳ ଢଳ କାକର । ଆଉ ସୁନେଲୀ ଅଳିଶୀ ଫୁଲ ସାଙ୍ଗକୁ ହାଲୁକା କୁହୁଡି । ଗତକିଛି ଦିନ ଧରି କଳାହାଣ୍ଡିର ପାରଦ 10 ଡିଗ୍ରୀ ତଳକୁ ଥିବାବେଳେ ଶୀତର ମଜା ନେଉଛନ୍ତି ସଭିଁଏ । ଶୀତୁଆ ସକାଳର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆନନ୍ଦିତ କରୁଛି ।

ଖସୁଛି ପାରଦ: ହସୁଛି ପ୍ରକୃତିରାଣୀ, ଶୀତର ମଜା ନେଉଛନ୍ତି ଭବାନୀପାଟଣାବାସୀ

କାଲୁଆ ପବନ ସହ ଶୀତକୁ ସ୍ବାଗତ କରିଛନ୍ତି ଜିଲ୍ଲାବାସୀ । ଭୋର 4ଟା ହେଲେ ବାହାରି ପଡୁଛନ୍ତି ମର୍ଣ୍ଣିଂ ୱାକରେ । ଶୀତ ଆଗମନରେ ପ୍ରକୃତି ରାଣୀ ସଜେଇ ହୋଇଥିବାବେଳେ, ଏହାକୁ ଉପଭୋଗ କରିବାକୁ ବିଭିନ୍ନ ପଡିଆ ବଗିଚାରେ ବ୍ୟାୟାମ କରୁଛନ୍ତି ଲୋକେ । ଆଉ ସଞ୍ଜ ହେଲେ ହାତରେ ଚା' କପ ଧରି ଶୀତର ମଜା ନେଉଛନ୍ତି । ସେପଟେ ଶୀତରୁ ରକ୍ଷା ପାଇବା ବିଭିନ୍ନ ଗଳିକନ୍ଦିରେ ନିଆଁ ପୁଇଁ ହେଉଛନ୍ତି ଲୋକେ । ସେପଟେ, ଜାଡ ମାଡକୁ ଖାତିର ନକରି ଗରିବ ଖଟିଆମାନେ ପେଟ ପାଟଣା ପାଇଁ ସଂର୍ଘଷ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ସନ୍ଧ୍ୟା 6ଟାରୁ ଶୀତର ମାତ୍ରା ଅନୁଭୂତ ହେଉଥିଲେ ହେଁ, ସକାଳ 8ଯାଏଁ, କୁହୁଡିର ଏକ ଆବରଣ ଶୀତକୁ ଦ୍ବିଗୁଣିତ କରିଦେଉଛି । ଜରୁରୀ କାମ ଥିଲେ ଘରୁ ପାଦ କାଢୁଥିବାବେଳେ ରାତି 9ଟା ବେଳକୁ ରାସ୍ତାଘାଟ ପୁରାପୁରି ଖାଁଖାଁ । ତେବେ ଗତ କିଛିଦିନ କଳାହାଣ୍ଡିର ପାରଦ 10 ଡିଗ୍ରୀ ତଳେ ରହୁଥିବାବେଳେ ଥୁଆମୂଳରେ ମଧ୍ୟ ତାପମାତ୍ରା 4 ଡିଗ୍ରୀ ରହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Dec 22, 2019, 3:58 PM IST

ABOUT THE AUTHOR

...view details