ଭବାନୀପାଟଣା:କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା । ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକ ଗୋଟିଏ ମାସର ଦରମାକୁ ଜାଲିଆତି କରି ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଫେରାର ହୋଇଯାଇଛନ୍ତି । ଆଜି ପର୍ଯ୍ୟନ୍ତ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇନଥିବା ବେଳେ ତାଙ୍କ ଘରକୁ କିଛିଦିନ ତଳେ ସିଲ କରିଥିଲା ଭିଜିଲାନ୍ସ ବିଭାଗ । ତେବେ ନିଜ ଦରମା ଟଙ୍କାକୁ ନେଇ ଏବେ ଅନିଶ୍ଚିତତା ମଧ୍ୟରେ ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକ । ଯାହା ଏକ ବିରାଟ ଆନ୍ଦୋଳନ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଅନିଶ୍ଚିତତା ମଧ୍ୟରେ ଏକ୍ସକେଡ଼ର ଶିକ୍ଷକ ସେପଟେ ସୂଚୀସ୍ମିତା ଏବେ କେଉଁଠି ଅଛନ୍ତି ସେନେଇ କାହାରି ପାଖରେ କିଛି ସୂଚନା ନଥିବା ବେଫେ ସାନ୍ତାକୁ ଆସିଛି ଏକ ସିସିଟିଭି ଫୁଟେଜ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସୁଚିସ୍ମିତା ଫେରାର ହେବା ବେଳର ଏହି ଫୁଟେଜ ହୋଇଥିବା କୁହାଯାଉଛି । ସୂଚିସ୍ମିତା ଗତ ଅକ୍ଟୋବର ୭ତାରିଖରୁ ଫେରାର ଥିବା ନେଇ ବିଭାଗୀୟ ଅଧିକାରୀ ଥାନାରେ ଏତଲା ଦେଇଥିଲେ। କିନ୍ତୁ ତାଙ୍କ ଘରେ ଲାଗିଥିବା ଏହି ସିସିଟିଭି ଫୁଟେଜ୍ କହୁଛି ସୁଚିସ୍ମିତା ଶେଷ ଥର ପାଇଁ ଅକ୍ଟୋବର ୬ରେ ଅଫିସ ଆସିଥିଲେ।
ସୁଚିସ୍ମିତା ୧୨ଟା ୧୦ରୁ ୨୦ ମିନିଟ୍ ମଧ୍ୟରେ ଘରକୁ ଫେରିଛନ୍ତି । ନିଜର ସ୍କୁଟିକୁ ଅଫିସ ବାରଣ୍ଡାରେ ଛାଡ଼ି ସେ ଚାଲିଚାଲି ହାତରେ ଏକ ବ୍ଯାଗ୍ ଓ ମୋବାଇଲ ଧରି ବାହାରିଛନ୍ତି । ତେବେ ସୁଚିସ୍ମିତାଙ୍କ ଫେରାର ହେବା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୂଚିସ୍ମିତାକୁ ଖୋଜିବାରେ ବିଫଳ ହୋଇଛି ପୋଲିସ । ସେପଟେ ଦରମା ନପାଇ ଏବେ ଚିନ୍ତାରେ ଏକ୍ସକେଡ଼ର ଶିକ୍ଷକ, କିଭଳି ପରିବାର ପ୍ରତି ପୋଷଣ କରିବେ ସେନେଇ ଚିନ୍ତାରେ ରହିଥିବା ବେଳେ ତୁରନ୍ତ ଦରମା ପ୍ରଦାନ ନେଇ ବିଇଓଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଦରମା ପ୍ରଦାନ ନ କଲେ ଏକ୍ସକେଡ଼ର ଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇବା ନେଇ ସଜବାଜ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା: ସୂଚୀସ୍ମିତାଙ୍କ ଘରକୁ ସିଲ୍ କଲା ଭିଜିଲାନ୍ସ
ମିଳିଥିବା ସୂଚନା ଅନୁଯାୟୀ ଭବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହେବାରୁ ଶିକ୍ଷକ ମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ତ ହୋଇଥିଲେ । ସେଠାରେ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିବା ପରେ ଦରମା ପ୍ରଦାନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ସୁଆର ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିବା ପରେ ଶିକ୍ଷକ ମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିଲେ । ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇନଥିବା ନେଇ ବ୍ୟାଙ୍କ ସୂତ୍ରରୁ ଜଣାପଡିଥିଲା । ଏହି ଘଟଣାକୁ ନେଇ ନିଜପଟୁ ମାମଲା ରୁଜ୍ଜୁ କରିଥିଲେ ଅବସର ପ୍ରାପ୍ତ ତତ୍କାଳୀନ ବିଇଓ ଜଗନ୍ନାଥ ପୁରୋହିତ ।