ଓଡିଶା

odisha

ETV Bharat / state

ଟଙ୍କିକିଆ ଚାଉଳ ପାଇଁ ୬ ଘଣ୍ଟାର ଯାତନା, ବନ୍ୟାପାଣିରେ ଫସି ରହିଲେ ହିତାଧିକାରୀ - ଆମପାଣି ପଞ୍ଚାୟତ

କୋରାପୁଟର ଦୁର୍ଗମ ଅଞ୍ଚଳ ଆମପାଣି ପଞ୍ଚାୟତ । ପିଡ଼ିଏସ ସାମଗ୍ରୀ ପାଇଁ ହିତାଧିକାରୀମାନେ ରାସ୍ତାର ବଭିନ୍ନ ନାଳ ପାରି ହୋଇ ବୁଧୁବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ହେଲେ ଫେରିବା ବାଟରେ ନାଳ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ଭୋକ ଓପାସରେ ପ୍ରାୟ ୬ ଘଣ୍ଟା କାଳ ଫସି ରହିଥିଲେ ଏମାନେ । ଅଧିକ ପଢନ୍ତୁ...

ଟଙ୍କିକିଆ ଚାଉଳ ପାଇଁ ୬ ଘଣ୍ଟାର ଯାତନା, ବନ୍ୟାପାଣିରେ ଫସି ରହିଲେ ହିତାଧିକାରୀ
ଟଙ୍କିକିଆ ଚାଉଳ ପାଇଁ ୬ ଘଣ୍ଟାର ଯାତନା, ବନ୍ୟାପାଣିରେ ଫସି ରହିଲେ ହିତାଧିକାରୀ

By

Published : Jul 16, 2020, 7:12 AM IST

ଭବାନୀପାଟଣା: ସରକାରଙ୍କ ଟଙ୍କିକିଆ ଚାଉଳ ପାଇଁ ୬ ଘଣ୍ଟାର ଯାତନା ଭୋଗିଲେ ହିତାଧିକାରୀ । ଚାଉଳ ଆଣିବାକୁ ଯାଇ ବନ୍ୟାପାଣି ଫସି ରହିଲେ ଏମାନେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ସାମ୍ନାକୁ ଆସିଛି ଏପରି ଦୃଶ୍ୟ ।

ଟଙ୍କିକିଆ ଚାଉଳ ପାଇଁ ୬ ଘଣ୍ଟାର ଯାତନା, ବନ୍ୟାପାଣିରେ ଫସି ରହିଲେ ହିତାଧିକାରୀ

କଳାହାଣ୍ଡିର ଦୁର୍ଗମ ଅଞ୍ଚଳ ଆମପାଣି ପଞ୍ଚାୟତ । ଏହି ପଞ୍ଚାୟତର ଅଧିକାଂଶ ଗାଁ ବେଶ ଦୁର୍ଗମ ହୋଇଥିବା ବେଳେ ବର୍ଷା ଦିନରେ ଏମାନଙ୍କ ସମସ୍ୟା କହିଲେ ନ ସରେ । କୋକସରା ବ୍ଲକ ଅଧୀନରେ ଥିବା ଏହି ପଞ୍ଚାୟତର କୂଟ୍ରୃ ଗାଁ ଲୋକେ ପିଡ଼ିଏସ ଚାଉଳ ପାଇଁ କେତେ ଯେ ସମସ୍ୟାର ସମ୍ମୁଖିନ ହୁଅନ୍ତି, ତାହା ଏ ଏଭଳି ଦୃଶ୍ୟରୁ ସ୍ପଷ୍ଟ ହେଉଛି । ଗାଁଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ପଞ୍ଚାୟତ ମୁଖ୍ୟାଲୟ ଥିବା ବେଳେ ପିଡ଼ିଏସ ସାମଗ୍ରୀ ପାଇଁ ହିତାଧିକାରୀମାନେ ରାସ୍ତାର ବଭିନ୍ନ ନାଳ ପାରି ହୋଇ ବୁଧୁବାର ପଞ୍ଚାୟତ କାର୍ଯ୍ୟଳୟକୁ ଆସିଥିଲେ । ହେଲେ ଫେରିବା ବାଟରେ ନାଳ ଉପରେ ବର୍ଷା ପାଣି ପ୍ରବାହିତ ଯୋଗୁଁ ଭୋକ ଓପାସରେ ପ୍ରାୟ ୬ ଘଣ୍ଟା କାଳ ଫସି ରହିଥିଲେ ଏମାନେ ।

ଗ୍ରାମାଞ୍ଚଳର ବିକାଶ ସହ ଏକ ସୁନ୍ଦର ଓଡିଶା ଗଠନରେ ସରକାର ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ସବୁ ନେଉଛନ୍ତି । ହେଲେ ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ସରକାରଙ୍କ କେବେ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details