ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗାଁର ଅଧିନରେ ଥିବା 5ଟି ଗାଁର ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଘର । ଏନେଇ ଦୀର୍ଘ 5 ବର୍ଷ ଧରି ବିଭିନ୍ନ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ ଘର ମିଳୁନଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ସାନପୋଡାଗୁଡା ପଞ୍ଚାୟତ ଅଧୀନରେ ଥିବା କୁଲେରଗୁଡା, ସୌରୀପଡା,କଲୋନୀପଡା, ଆମପଡା, ସିନାପଡା ସମେତ ପୋଡାଗୁଡା ଗାଁରେ ରହୁଥିବା ଅନେକ ବାସହୀନ ପରିବାରକୁ ୫ବର୍ଷ ହେଲା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ । ଏନେଇ ପଞ୍ଚାୟତ,ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ସହ ବିଧାୟକଙ୍କ ଦୃଷ୍ଟି ଗୋଚର କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ହିତାଧିକାରୀ ।