ଓଡିଶା

odisha

ETV Bharat / state

ପ୍ରହସନ ପାଲଟିଛି ସରାକାରୀ ଆବାସ ଯୋଜନା, ଝାଟିମାଟି ଘରେ ଅସହାୟ ପରିବାର - ସରକାରୀ ଆବାସ ଯୋଜନା ଅନିୟମିତତା

ଅସହାୟ ଲୋକଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସରକାରୀ ସ୍ତରରେ ଅନେକ ଯୋଜନା ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ଖଣ୍ଡ ଦେବା ପାଇଁ ମାଳ ଯୋଜନା କରି ବିକାଶ କରୁଥିବା କଥା କହୁଥିବା ବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଅଧିକ ପଢ଼ନ୍ତୁ

ପ୍ରହସନ ପାଲଟିଛି ସରାକାରୀ ଆବାସ ଯୋଜନା
ପ୍ରହସନ ପାଲଟିଛି ସରାକାରୀ ଆବାସ ଯୋଜନା

By ETV Bharat Odisha Team

Published : Nov 14, 2023, 6:28 PM IST

ପ୍ରହସନ ପାଲଟିଛି ସରାକାରୀ ଆବାସ ଯୋଜନା

ଭବାନୀପାଟଣା: ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି ସରକାର । ଅସହାୟ ଲୋକଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସରକାରୀ ସ୍ତରରେ ଅନେକ ଯୋଜନା ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ଖଣ୍ଡ ଦେବା ପାଇଁ ମାଳ ଯୋଜନା କରି ବାଃ ବାଃ ନେଉଥିବା ବେଳେ ଆଜି ବି ଏମିତି କିଛି ଅଞ୍ଚଳ ଅଛି ଯେଉଁଛି ଯୋଜନା ଲୋକଙ୍କ ପାଇଁ ଯୋଜନ ଦୂରରେ ରହିଛି । ଫଳରେ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଚିବା କୁ ବାଧ୍ୟ ହେଉଛନ୍ତି ଅଭାବୀ ଓ ନିଷ୍ପେସିତ ମଣିଷ । ଖରା, ଶୀତ,ବର୍ଷାକୁ ଖାତିର ନକରି ଝାଟି ମାଟି ଘରେ ପଡ଼ି ରହିଛନ୍ତି ଲୋକେ । ଘର ଖଣ୍ଡ ପାଇଁ ଦୌଡ଼ିଦୌଡ଼ି ନୟାନ୍ତ ହୋଇ ପଡିବା ପରେ ଶେଷରେ ସରକାରଙ୍କ ଉପରୁ ଭରସା ତୁଟି ଯାଇଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।

କଳାହାଣ୍ଡି ଜିଲ୍ଲା ସଦର ମହକୁମାର ନିକଟରେ ରହିଛି ମାଲ ଗାଁ ପଞ୍ଚାୟତ । ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ରା ୬ କିଲୋମଟର ଦୂରରେ ଥିବା ଏହି ପଞ୍ଚାୟତରେ ଆବାସ ଯୋଜନା ସତେ ଯେମିତି ସାତ ସପନ ପାଲଟିଛି । ତେବେ ସରକାରଙ୍କ ପକ୍କା ଘର ଯୋଜନାରୁ ବଞ୍ଚିତ ହୋଇଛନ୍ତି ମାଲ ଗାଁ ପଞ୍ଚାୟତ ସିଂଝରନ ଗାଁର ଉମା ନାଏକ । ଉମାଙ୍କ ପରିବାର କହିଲେ ୨ ପୁଅ ଓ ଗୋଟିଏ ଝିଅ ଓ ସ୍ତ୍ରୀ । ଉମାଙ୍କ ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ । ନିଜ ପାଖରେ ଘରେ ଖଣ୍ଡ ତିଆରି କରିବା ପାଇଁ ସମ୍ବଳ ମଧ୍ୟ ନାହିଁ । ଦିନ ମଜୁରିଆ ଭାବରେ ଉଭୟ ସ୍ବାମୀ ସ୍ତ୍ରୀ କାମ କରି ଯାହା ରୋଜଗାର ହୁଏ ସେଥିରେ ତେଲ ନୁଣର ସଂସାର ଚଳାଇ ନିଅନ୍ତି । ଦୀର୍ଘ ୧୦ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.......ସରକାରୀ ସହାୟତା ସାତ ସପନ, ଭଙ୍ଗା ଦଦରା ଘରେ ବିତୁଛି ମାଆ ଝିଅଙ୍କ ଜୀବନ

ଗତ ବର୍ଷ ବର୍ଷାରେ ଘର କାନ୍ଥ ଭାଙ୍ଗି ଯିବାରୁ ପଞ୍ଚାୟତରେ ମଧ୍ୟ ଜଣାଇଥିଲେ ଉମା । ଆଉ ସେହି ସମୟର ଘର ଖଣ୍ଡିଏ କରାଇ ଦେବା ପାଇଁ ପ୍ରତିଶୃତି ମିଳିଥିଲେ ମଧ୍ୟ ସବୁ ପ୍ରତିଶୃତି ପ୍ରତିଶୃତି ହିଁ ରହି ଯାଇଛି । ଆଜକୁ ଗୋଟିଏ ବର୍ଷ ବିତି ଗଲାଣି ହେଲେ ଘର ଖଣ୍ଡିଏ ମଧ ପାଇ ପାରିନାହାଁନ୍ତି ଉମା । ଫଳରେ ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଉମାଙ୍କ ପରିବାର । କେବଳ ଯେ ଏହି କୋଟିଏ ପରିବାର ତାହା ନୁହେଁ ବରଂ ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଘର ଖଣ୍ଡିଏ ପାଇବା ପାଇଁ ଗୁହାରୀ ପରିବା ପରେ ମଧ୍ୟ ସୁଫଳ ମିଳି ପାରୁନାହିଁ । କିନ୍ତୁ ଆବାସ ଯୋଜନାକୁ ନେଇ ରାଜନେତାଙ୍କ ରାଜନୀତି ସରୁ ନାହିଁ । ତେବେ ଏନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ପଚାରିବାରୁ ସେ ରାଜ୍ୟ ସରକାରଙ୍କ ଦୋଷ ତ୍ରୁଟି ବାହାର କରିବା ସହ ଆଗାମୀ ଦିନରେ ଲୋକଙ୍କୁ ଘର ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details