ଭବାନୀପାଟଣା: ଜିଲ୍ଲାର ଧର୍ମଗଡ ଅଞ୍ଚଳରୁ ଜବତ ହେଲା ଗୋମାଂସ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ସେମଲାଗାଁରୁ । ଏକ ବାଇକ ଯୋଗେ ପ୍ରାୟ ୩୦ କେଜିରୁ ଅଧିକ ଗୋମାଂସ ଚାଲାଣ ବେଳେ ଗ୍ରାମବାସୀ ବାଇକକୁ ଅଟକାଇଥିଲା । ଧରାପ଼ଡିବା ପରେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଥିଲେ । କିନ୍ତୁ ବାଇକ ଓ ଗୋମାଂସକୁ ଗ୍ରାମବାସୀ ଜବତ କରି ପୋଲିସକୁ ଖବର ଦେଇଥିଲେ ।
ସୀମାରୁ ଜବତ ହେଲା ଗୋମାଂସ, ଅଭିଯୁକ୍ତ ଫେରାର - ସୀମାନ୍ତରେ ଜବତ ହେଲା ଗୋମାଂସ
ଚୋରା ଚାଲଣ ବେଳେ ଧରାପଡିଲା ଗୋମାଂସ । ଅଭିଯୁକ୍ତ ଫେରାର,ଧର୍ମଗଡ଼ ଥାନାରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ପକ୍ଷରୁ ଏତଲା ।ଅଧିକ ପଢନ୍ତୁ...
ସୀମାନ୍ତରେ ଜବତ ହେଲା ଗୋମାଂସ, ଅଭିଯୁକ୍ତ ଫେରାର
ସୀମାରୁ ଜବତ ହେଲା ଗୋମାଂସ, ଅଭିଯୁକ୍ତ ଫେରାର
ଏନେଇ ଧର୍ମଗଡ଼ ଥାନାରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ପକ୍ଷରୁ ଏତଲା ଦିଆଯାଇଛି । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି ।
କଳାହାଣ୍ତିରୁ ଅଜିତ ସିଂ ଇଟିଭି,ଭାରତ
Last Updated : Jul 15, 2020, 12:22 PM IST