ଭବାନୀପାଟଣା: ସହରରେ ଭାଲୁ ଆତଙ୍କ । ବିଳମ୍ବିତ ରାତିରେ ଭବାନୀପାଟଣା ସହରର ରାଜରାସ୍ତାରେ ଦେଖିବାକୁ ମିଳିଛି ଜଙ୍ଗଲୀ ଭାଲୁ । ବନ ବିଭାଗର ଉଦ୍ୟମ ସତ୍ତ୍ବେ ଏପର୍ଯ୍ୟନ୍ତ ମଧ୍ୟ ଭାଲୁଟି କାବୁ ହୋଇପାରିନାହିଁ ବୋଲି ଜଣାପଡିଛି ।
ଗତକାଲି ବିଳମ୍ବିତ ରାତିରେ ଲୋକମାନେ ଭାଲୁକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ସକାଳୁ ବନ ବିଭାଗ ଦ୍ବାରା ପାଣି ଓ ଗ୍ୟାସ ପ୍ରୟୋଗ କରି ଭାଲୁକୁ ଧରିବାକୁ ଉଦ୍ୟମ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଭାଲୁଟି ଧରାପଡିନାହିଁ ।