ଓଡିଶା

odisha

ETV Bharat / state

କୋରୋନା ମାଡ଼ରେ ଘାଇଲା ବ୍ୟାଣ୍ଡପାର୍ଟି କଳାକାର - covid19

କଳାହାଣ୍ଡିିରେ କୋରୋନା ମାଡ଼ରେ ଘାଇଲା ବ୍ୟାଣ୍ଡପାର୍ଟି କଳାକାର । ବ୍ୟାଣ୍ଡପାର୍ଟି କଳାକାର ମାନେ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

band-party-artist-demand-govt-help-over-covid19-lockdown-in-dramagarh
କୋରୋନା ମାଡ଼ରେ ଘାଇଲା ବ୍ୟାଣ୍ଡପାର୍ଟି କଳାକାର

By

Published : Jun 19, 2020, 3:37 AM IST

ଭବାନୀପାଟଣା: କୋରୋନା ମାଡ଼ରେ ଘାଇଲା ବ୍ୟାଣ୍ଡପାର୍ଟି କଳାକାର । କୋରୋନା ସଂକ୍ରମଣ ଆଶଙ୍କାରେ ଆଉ ହେଉନାହିଁ ବାହାଘର କିମ୍ବା ଯାନିଯାତରା। ଫଳରେ ନିରବି ଯାଇଛି ଢୋଲ ବାଜାର ଶବ୍ଦ। ବାଜୁନି ବାଜା ମିଳୁନି ପେଟକୁ ଦାନା। ଏ ନେଇ ବ୍ୟାଣ୍ଡପାର୍ଟି କଳାକାର ମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

କୋରୋନା ମାଡ଼ରେ ଘାଇଲା ବ୍ୟାଣ୍ଡପାର୍ଟି କଳାକାର

ମହାମାରୀ କୋରୋନାକୁ ନେଇ ଗରିବ ଖାଟିଖିଆଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ତଥାପି ତାହା ଭିତରେ ବାଦ ପଡିଯାଇଛନ୍ତି କିଛି କର୍ମଜୀବୀ ଲୋକ। ସେମାନଙ୍କ ଭିତରେ ଅଛନ୍ତି ବଜାବାଲା ।ଏମାନେ ଏବେ ନିଜର ପରିବାର ପ୍ରତିପୋଷଣ ନେଇ ବେଶ ଚିନ୍ତାରେ ।ଏମିତି କି ଲକଡାଉନ ଯୋଗୁଁ ଦି ଓଲି ଦି ମୁଠା ଖାଇବା ଏମାନଙ୍କ ପାଇଁ କଷ୍ଟ ସାଧ୍ୟ ହୋଇଛି ।ଏନେଇ ଭଣ୍ଡାର ଘରଣୀ ବାଜା କଳାକାର ସଙ୍ଘର ଅନେକ ସଦସ୍ୟ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details