ଓଡିଶା

odisha

ETV Bharat / state

ବନ ମହୋତ୍ସବ ପାଳିଲା କଳାହାଣ୍ଡି ସ୍ବୟଂଶାସିତ ମହାବିଦ୍ୟାଳୟ - Bana mahotsav

କଳାହାଣ୍ଡି ସ୍ବୟଂଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ବୃକ୍ଷରୋପଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Jul 7, 2019, 8:47 PM IST

କଳାହାଣ୍ଡି: ଜିଲ୍ଲାର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ବନବିଭାଗ ପକ୍ଷରୁ ୭୦ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜଜ ଶିଶିର ରଥ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ବୃକ୍ଷରୋପଣ କରିଥିଲେ । ପରେ କଲେଜ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଓ ପ୍ରକୃତି ବନ୍ଧୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ଜଙ୍ଗଲ ସମ୍ପଦର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details